
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)-କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥରପାଇଁ ଆରମ୍ଭ ହେବାକୁ ଯାଉଛି ରାଜସ୍ବ ସଂକ୍ରାନ୍ତିୟ ଅଭିଯୋଗ ଶୁଣାଣି ଶିବିର। କୌଣସି ବ୍ୟକ୍ତିଙ୍କ ଜମିଜମା କିମ୍ବା ଅନ୍ୟ କୌଣସି ତହସିଲ ବା ରାଜସ୍ବ ସଂକ୍ରାନ୍ତୀୟ ଅଭିଯୋଗ ଥାଏ ତେବେ ନିର୍ଦ୍ଧାରିତ ଦିନ ଆସି ନିଜ ତହସିଲ କାର୍ଯ୍ୟ। ଳୟରେ ଅଭିଯୋଗ ଦାଖଲ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଅଭିଯୋଗ ଶୁଣାଣିରେ ନିଜେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ। ଆସନ୍ତା ୧୨ ନଭେମ୍ବର ରାଜନଗର ତହସିଲ କାର୍ଯ୍ୟ। ଳୟ, ୧୩ ତାରିଖରେ କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟ। ଳୟ,୧୪ ତାରିଖରେ ଗରଦପୁର, ୧୫ ତାରିଖରେ ଆଳି,୧୮ ତାରିଖରେ ଡେରାବିଶ,୧୯ ତାରିଖରେ କନିକା ତହସିଲ କାର୍ଯ୍ୟ। ଳୟ,୨୦ ତାରିଖରେ ପଟ୍ଟାମୁଣ୍ଡାଇ ତହସିଲ, ୨୬ ତାରିଖରେ ମହାକାଳପଡ଼ା ତହସିଲ ଏବଂ ୨୮ ତାରିଖରେ ମାର୍ଶାଘାଇ ତହସିଲଦାର କାର୍ଯ୍ୟ। ଳୟରେ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / ରବି