ସୁରତ ଦୁଷ୍କର୍ମ ମାମଲା : ଆଶାରାମ ବାପୁଙ୍କୁ ଗୁଜୁରାଟ ହାଇକୋର୍ଟ ୬ ମାସର ଜାମିନ୍ ପ୍ରଦାନ କଲେ
ଅହମ୍ମଦାବାଦ, ୬ ନଭେମ୍ବର (ହି.ସ.)- ସୁରତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କୁ ଗୁଜୁରାଟ ହାଇକୋର୍ଟ ୬ ମାସର ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି । ସୁରତ ଏବଂ ଯୋଧପୁରରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଆଜୀବନ କାରାଦଣ୍ଡ ଭୋଗୁଥିବା ୮୬ ବର୍ଷୀୟ ଆଶାରାମ
ସୁରତ ଦୁଷ୍କର୍ମ ମାମଲା : ଆଶାରାମ ବାପୁଙ୍କୁ ଗୁଜୁରାଟ ହାଇକୋର୍ଟ ୬ ମାସର ଜାମିନ୍ ପ୍ରଦାନ କଲେ


ଅହମ୍ମଦାବାଦ, ୬ ନଭେମ୍ବର (ହି.ସ.)- ସୁରତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କୁ ଗୁଜୁରାଟ ହାଇକୋର୍ଟ ୬ ମାସର ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି । ସୁରତ ଏବଂ ଯୋଧପୁରରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଆଜୀବନ କାରାଦଣ୍ଡ ଭୋଗୁଥିବା ୮୬ ବର୍ଷୀୟ ଆଶାରାମ ବାପୁଙ୍କୁ ଗୁଜୁରାଟ ହାଇକୋର୍ଟ ୬ ମାସର ନିୟମିତ ଜାମିନ୍ ପ୍ରଦାନ କରିଛନ୍ତି ।

ଆସାରାମଙ୍କ ପକ୍ଷ ଯୁକ୍ତି ଦର୍ଶାଇଥିଲେ ଯେ, ଯୋଧପୁର କୋର୍ଟ ତାଙ୍କୁ ୬ ମାସର ଜାମିନ୍ ପ୍ରଦାନ କରିଛନ୍ତି । ସେ ହୃଦରୋଗରେ ପୀଡ଼ିତ ଏବଂ ଚିକିତ୍ସା ପାଇବାକୁ ଯୋଗ୍ୟ । ଯଦି ୬ ମାସ ମଧ୍ୟରେ ଆପିଲ୍ ଶୁଣାଣି ଆଗକୁ ନଯାଏ, ତେବେ ସେ ଆଉ ଏକ ଜାମିନ୍ ଆବେଦନ ଦାଖଲ କରିପାରିବେ ।

ଗୁଜୁରାଟ ହାଇକୋର୍ଟ କହିଛନ୍ତି ଯେ, ଯେହେତୁ ଆଶାରାମଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଧାରରେ ଯୋଧପୁର ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି, ତେଣୁ ଗୁଜୁରାଟ ହାଇକୋର୍ଟ ଭିନ୍ନ ମତ ରଖିପାରିବେ ନାହିଁ । ଯଦି ରାଜସ୍ଥାନ ସରକାର ଏହି ଜାମିନକୁ ଚ୍ୟାଲେଞ୍ଜ କରନ୍ତି, ତେବେ ଗୁଜୁରାଟ ମଧ୍ୟ ସେହିପରି କରିପାରିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande