କୋରାପୁଟ ଜିଲ୍ଲାସ୍ତରୀୟ ସୁରଭି
ଜୟପୁର, 6 ନଭେମ୍ବର (ହି.ସ.) ସରକାରୀ ଉଚ୍ଚ ବିଦ୍ୟାଳୟ କୋରାପୁଟ ଠାରେ ଜିଲ୍ଲାସ୍ତରୀୟ ସୁରଭି ର ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।୧୪ ଟି ବ୍ଲକରୁ ୪୨୭ ଜଣ ପ୍ରତିଯୋଗୀ ସୁରଭି ର ବିତର୍କ,ବକ୍ତୃତା,ସଙ୍ଗୀତ,ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ,କୁଇଜ୍,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍
କୋରାପୁଟ ଜିଲ୍ଲାସ୍ତରୀୟ ସୁରଭି


ଜୟପୁର, 6 ନଭେମ୍ବର (ହି.ସ.) ସରକାରୀ ଉଚ୍ଚ ବିଦ୍ୟାଳୟ କୋରାପୁଟ ଠାରେ ଜିଲ୍ଲାସ୍ତରୀୟ ସୁରଭି ର ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।୧୪ ଟି ବ୍ଲକରୁ ୪୨୭ ଜଣ ପ୍ରତିଯୋଗୀ ସୁରଭି ର ବିତର୍କ,ବକ୍ତୃତା,ସଙ୍ଗୀତ,ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ,କୁଇଜ୍,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ ବିଭାଗରେ ଭାଗ ନେଇଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚମେଲି ମଜୁମଦାର ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଉତ୍ସାହିତ କରିବା ସହ ଜୀବନରେ ସାହସର ସହ ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବାକୁ କହିଥିଲେ। ପୁଣି ସାଂସ୍କୃତିକ ଦଳ ଯଦି ରାଜ୍ୟ ସ୍ତରରେ ସଫଳ ହୁଏ ତେବେ ସେହି ଦଳକୁ ପରବ ରେ ସୁଯୋଗ ଦିଆଯିବ ବୋଲି ମତ ରଖିଥିଲେ। ଜିଲ୍ଲାର ସମସ୍ତ ବିଇଓ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ଜଣା ପଡ଼ିଛି।ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଚମେଲି ମଜୁମଦାର, ସେମିଳିଗୁଡା ବିଇଓ ଭବାନୀ ପଟ୍ଟନାୟକ, ଏସଟିସି ଭେଙ୍କଟେଶ୍ୱର୍ ମିଶ୍ର ଉପସ୍ଥିତ ଥିଲେ।ସୁରଭି ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ସୁରଭିରେ ଭାଗ ନେବେ ବୋଲି ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ ସୂଚନା ଦେଇଛନ୍ତି।ରମେଶ ସାହୁ ଏବଂ ରାଜେନ୍ଦ୍ର ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷା ବିଭାଗର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande