ଜିଲ୍ଲାରୁ ତୀର୍ଥ ପାଇଁ ଗଲେ ୧୧୭ ଜଣ, ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ଭଦ୍ରକ, ୬ ନଭେମ୍ବର (ହି.ସ.) - ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଶାସନ ତରଫରୁ ଭଦ୍ରକ ଜିଲ୍ଲାରୁ ବିଭିନ୍ନ ଅଂଚଳରୁ ୧୧୭ ଜଣ ତୀର୍ଥ ଯାତ୍ରୀଙ୍କୁ ସ୍ୱତନ୍ତ୍ର ଗାଡ଼ି ମାଧ୍ୟମ ରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଅଣାଯାଇଥିଲା । ଆୟୋଜିତ
TIRTHAYATRI BUS UDGHATAN KALE UPA MUKHYAMANTRI


ଭଦ୍ରକ, ୬ ନଭେମ୍ବର (ହି.ସ.) - ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଶାସନ ତରଫରୁ ଭଦ୍ରକ ଜିଲ୍ଲାରୁ ବିଭିନ୍ନ ଅଂଚଳରୁ ୧୧୭ ଜଣ ତୀର୍ଥ ଯାତ୍ରୀଙ୍କୁ ସ୍ୱତନ୍ତ୍ର ଗାଡ଼ି ମାଧ୍ୟମ ରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଅଣାଯାଇଥିଲା । ଆୟୋଜିତ ସ୍ୱତନ୍ତ୍ର କ୍ୟାମ୍ପ ରେ ସମସ୍ତ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ତୀର୍ଥ ଯାତ୍ରୀ ବସ କୁ ଉଦଘାଟନ କରିଥିଲେ । ଏହି ବସରେ ଯାଇଥିବା ଯାତ୍ରୀ ବାଲେଶ୍ୱର ରେ ରହିବା ସହ ତୀର୍ଥଯାତ୍ରୀ ଟ୍ରେନରେ ଆଯୋଧ୍ୟା ଓ ବାରଣାସୀ ଯିବେ । ସମୁଦାୟ ୮୦୦ ଜଣ ତୀର୍ଥ ଯାତ୍ରୀ ଏହି ଟ୍ରେନ ରେ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ। ଏହି ଅବସରରେ ଜିଲାପାଳ ଦିଲ୍ଲୀପ ରାଉତରାୟ, ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲାପାଳ ସରୋଜ ଦତ ଓ ରବିନାରାୟଣ ସାହୁ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande