କୂଳ ଖାଉଛି ନଦୀ, ଜମି ଏବେ ନଦୀର ଆଁ ଭିତରେ ଲୋପ ପାଇବାକୁ ବସିଲାଣି
ଜୟପୁର, ୬ ନଭେମ୍ବର (ହି.ସ.)- କୁଳ ଖାଉଛି ନଦୀ । ହତାଶ ହେଲେଣି ଗ୍ରାମବାସୀ । ଜିଲ୍ଲା ପ୍ରଶାସନକୁ ଗୁହାରି କଲେ କିଏ ବି ଶୁଣୁନାହାନ୍ତି । ବାପ ଜେଜେ ବାପାଙ୍କ ଅମଳର ଜମି ଏବେ ନଦୀର ଆଁ ଭିତରେ ଲୋପ ପାଇବାକୁ ବସିଲାଣି । ଏମିତି ଦେଖିବାକୁ ମିଳିଛି ଜୟପୁର ସହର ଉପକଣ୍ଠ ପଞ୍ଜିଆଗୁଡା ଗ୍ରାମରେ। ଶେଷରେ
କୂଳ ଖାଉଛି ନଦୀ ।  ଜମି ଏବେ ନଦି ର ଆଁ ଭିତରେ ଲୋପ ପାଇବ


କୂଳ ଖାଉଛି ନଦୀ ।  ଜମି ଏବେ ନଦି ର ଆଁ ଭିତରେ ଲୋପ ପାଇବ


ଜୟପୁର, ୬ ନଭେମ୍ବର (ହି.ସ.)- କୁଳ ଖାଉଛି ନଦୀ । ହତାଶ ହେଲେଣି ଗ୍ରାମବାସୀ । ଜିଲ୍ଲା ପ୍ରଶାସନକୁ ଗୁହାରି କଲେ କିଏ ବି ଶୁଣୁନାହାନ୍ତି । ବାପ ଜେଜେ ବାପାଙ୍କ ଅମଳର ଜମି ଏବେ ନଦୀର ଆଁ ଭିତରେ ଲୋପ ପାଇବାକୁ ବସିଲାଣି । ଏମିତି ଦେଖିବାକୁ ମିଳିଛି ଜୟପୁର ସହର ଉପକଣ୍ଠ ପଞ୍ଜିଆଗୁଡା ଗ୍ରାମରେ। ଶେଷରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି l

ଜୟପୁର ଉପକଣ୍ଠରେ ଥିବା ପାଞିଆଗୁଡା ଗ୍ରାମ । ଗ୍ରାମକୁ ସଂଯୋଗ କରୁଥିବା ଜୟପୁର ପୌରପରିଷଦର ଚିକିଟି ନାଳ ଏବଂ ସତିନଦୀର ପାଣି ଦ୍ବାରା କୂଳଖାଇ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଉଛି । ଜମିରେ ଚିକିଟି ନାଳ ପ୍ରବେଶ କରିବା ସହ ସତିନଦୀର ପାଣି ପ୍ରବେଶ କରୁଛି । ଏହାସହ ଜଗନ୍ନାଥ ସାଗର ସଫେଇ ବେଳେ ସାଗରର ଜଳ ନିଷ୍କାସନ ହୋଇ ଚିକିଟି ନାଳଦେଇ ବହୁ ପରିମାଣରେ ପ୍ରବେଶ କରିବା ଫଳରେ ଉକ୍ତ ଚାଷ ଜମିର କୂଳଖାଇବା ଯୋଗୁଁ ନଷ୍ଟ ହୋଇଯାଇଛି ବୋଲି ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସତିନଦୀରେ ପ୍ରବାହିତ ଜଳ ମଧ୍ୟ କୂଳଖାଇ ଜମିକୁ ନଷ୍ଟ କରୁଛି । ତେଣୁ ଏଠାରେ ଏକ ଡ୍ରେନ ନିର୍ମାଣ କରିବା ଚିକିଟି ନାଳର ପାଣିକୁ ସ୍ବତନ୍ତ୍ର ଭାବରେ ଛାଡିବା ସହିତ ସତି ନଦିର ପାଣିକୁ ପଥର ପେଚିଂ କରିବାକୁ ଦାବୀ କରିଛନ୍ତି ପାଞିଆଗୁଡା ଗ୍ରାମବାସୀ । ନହେଲେ ଆଗକୁ ଆହୁରି ବହୁ ଏକର ଚାଷ ଜମି ନହିର ଆଁ ଭିତରେ ଲିନ ହୋଇଯିବାର ଆଶଙ୍କା ରହିଛି । ଏଥିରେ ବହୁ ଗରିବ ନିରିହ ଚାଷୀ ବ୍ଯାପକ କ୍ଷତିଗ୍ରସ୍ତ ହେବେ । ଏଥିନେଇ ପୂର୍ବରୁ ଇରିଗେସନ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇନଥିବା ଅଭିଯୋଗ କରିଛନ୍ତି ପାଞିଆଗୁଡା ଗ୍ରାମବାସୀ ।

ଏହାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବେଳେ ଲିଖିତ ଅଭିଯୋଗ କରିଛନ୍ତି ପାଞିଆଗୁଡା ଗ୍ରାମବାସୀ । ଜିଲ୍ଲାପାଳ ଏହାକୁ ବୁଝିବା ସହିତ ଜଳସେଚନା ବିଭାଗ ଓ ଜୟପୁର ପୌର ପରିଷଦ ମିଳିତ ଭାବେ ସ୍ଥିତି ଅନୁଧ୍ଯାନ କରିବେ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ଏହାସହ ଆବଶ୍ୟକ ସ୍ଥଳେ ଜୟପୁର ପୌରପରିଷଦର ଚିକିଟି ନାଳକୁ ଅନ୍ୟତ୍ର ଦିଗ ବଦଳାଇବାକୁ ଚିନ୍ତା କରାଯାଉଥିବା କହିଛନ୍ତି । ଏବଂ ସତି ନଦୀରେ ପାର୍ଶ୍ଵ ହୁଡାରେ ପଥର ପେଚିଂ କରିଯିବାକୁ ପ୍ରସ୍ତାବ ରହିଥିବା କଥା କହିଛନ୍ତି କୋରାପୁଟ ଜିଲ୍ଲାପାଳ ।

ଚିକିଟି ନାଳ ସହିତ ସତି ନଦିର ମିଶ୍ରଣରେ ପାଞିଆଗୁଡା ଗ୍ରାମର ବର୍ତ୍ତମାନକୁ ପ୍ରାୟ ବହୁ ଏକର ଚାଷ ଜମି ନଦୀରେ ମିଶିଗଲାଣି । ଏହାକୁ ଯଦି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକରିବ ତେବେ ବହୁ ଚାଷୀ ସେମାନଙ୍କ ଜମି ହରାଇବା ସହିତ ଚାଷୀ ମାନେ ଜମି ଶୂନ୍ୟ ହୋଇଯିବେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande