
ବଲାଙ୍ଗିର, 6 ନଭେମ୍ବର (ହି.ସ.)ବଲାଙ୍ଗିର ଜିଲା ସଇଁତଳା ବ୍ଲକ କେରମେଲି ପଞ୍ଚାୟତ ଅନ୍ତର୍ଗତ ଲାଚୁଟ ଗ୍ରାମବାସୀ ପାନୀୟ ଜଳ ପାଇଁ ଜାତୀୟ ରାଜପଥ -୨୬ନଂ ରାସ୍ତା କୁ ଅବରୋଧ କଲେ।
ପାନୀୟ ଜଳ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ ସେମାନେ ଆଜି ରାସ୍ତା ଉପରେ ବସି ରହିଥିଲେ। ପ୍ରକାଶ ଯେ ଲାଚୁଟ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ପାନୀୟ ଜଳ ଯୋଗାଣ ପାଇଁ ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପୂର୍ବରୁ ଦୁଇଥର ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଗ୍ରାମବାସୀ ପ୍ରସ୍ତୁତି ଚଲାଇ ଥିବାବେଳେ ପ୍ରଶାସନ ଯଥାଶୀଘ୍ର ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅଦ୍ୟାବଧି ପ୍ରଶାସନ ତରଫରୁ ଜଳ ଯୋଗାଣ ପାଇଁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗୁରୁବାର ସକାଳ ୮.୩୦ ମିନିଟ ସମୟରୁ ଲାଚୁଟ ଗ୍ରମର ଶତାଧିକ ଗ୍ରାମବାସୀ ଗରିଆ , ବାଲ୍ଲଟି ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ