
ପାଟଣା, 6 ନଭେମ୍ବର (ହି.ସ.)- ବିହାର ବିଧାନସଭା
ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 18ଟି ଜିଲ୍ଲାର 121ଟି ଆସନ ପାଇଁ ଆଜି ସକାଳ 7ଟାରୁ ଭୋଟିଂ
ଆରମ୍ଭ ହୋଇଛି। ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ହେବ। ପ୍ରାୟ 3.75 କୋଟିରୁ ଅଧିକ ମତଦାତା 1314
ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ରହିବ।
ପ୍ରଥମ ପର୍ଯ୍ୟାୟରେ ଗୟା, ଔରଙ୍ଗାବାଦ, ନବାଦା, କୈମୁର, ରୋହତାସ, ଅରୱଲ, ଜହାନାବାଦ, ପାଟଣା, ଭୋଜପୁର, ବକ୍ସର, ନାଲନ୍ଦା, ଲଖିସରାଇ, ଶେଖପୁରା, ଜମୁଇ, ମୁଙ୍ଗେର, ବାଙ୍କା, ଭାଗଲପୁର ଏବଂ ଖଗଡିଆ ଜିଲ୍ଲାରେ ଭୋଟିଂ ହେଉଛି। ନିର୍ବାଚନ ଆୟୋଗ
ସମସ୍ତ ମତଦାନ କେନ୍ଦ୍ରରେ କଟକଣା ସୁରକ୍ଷା ବ୍ୟବସ୍ଥା କରିଛି। ପ୍ରାୟ 65,000ରୁ ଅଧିକ ମତଦାନ କେନ୍ଦ୍ରରେ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି।
ଗ୍ରାମୀଣ ଅଞ୍ଚଳରେ ସକାଳଠାରୁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା