ନବୀନ ପଟ୍ଟନାୟକଙ୍କ ରାଲିରେ ସାମିଲ ଥିଲେ କୁନି କୁନି ପିଲା - ବିଜେପି
ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ)- ବିଜୁ ଜନତା ଦଳ ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଅଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପାରହେବା ପାଇଁ ଅପଚେଷ୍ଟା ଚଳାଇଛି। ନିର୍ବାଚନ ହାରିବା ଭୟରେ ଶାସକ ଦଳ ନିଜର ହିତାହିତ ଜ୍ଞାନ ହରାଇବସିଛି। ଶେଷରେ ବିଜେଡିର ଶେଷ ଭରସା କୁନି କୁନି ପିଲା
ନବୀନ ପଟ୍ଟନାୟକଙ୍କ ରାଲିରେ ସାମିଲ ଥିଲେ କୁନି କୁନି ପିଲା - ବିଜେପି


ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ)- ବିଜୁ ଜନତା ଦଳ ୨୫ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଅଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପାରହେବା ପାଇଁ ଅପଚେଷ୍ଟା ଚଳାଇଛି। ନିର୍ବାଚନ ହାରିବା ଭୟରେ ଶାସକ ଦଳ ନିଜର ହିତାହିତ ଜ୍ଞାନ ହରାଇବସିଛି। ଶେଷରେ ବିଜେଡିର ଶେଷ ଭରସା କୁନି କୁନି ପିଲା ସାଜିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ନିର୍ବାଚନମଣ୍ଡଳୀ ନିର୍ବାଚନୀ ପ୍ରଚାର ଅବସରରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନବୀନ ବାବୁଙ୍କୁ ସ୍ୱାଗତ ଜଣାଇବା ପାଇଁ କୋମନା ବ୍ଲକର ତରାବୋଡା ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ କୋମଳମତି ଛୋଟ ଛୋଟ ପିଲାଙ୍କୁ ବ୍ୟବହାର କରିଥିଲେ । ଛୋଟ ଛୋଟ ପିଲାମାନେ ବିଜେଡିର ଦଳୀୟ ପତକା, ପୋଷାକ ପରିଧାନ କରି ସ୍ଲୋଗାନ ଦେଉଥିବାର ଦୃଶ୍ୟ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଶିଶୁ ସୁରକ୍ଷା ଆଇନର ଖୋଲାଖୋଲି ଉଲ୍ଲଂଘନ କରିଛି ବିଜେଡି । ଏହା ସଂପୂର୍ଣ୍ଣ ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଯାହାର ଭିଡିଓ ଓ ଫଟୋକୁ ନେଇ ତଥ୍ୟ ସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପ୍ରତିନିଧିମଣ୍ଡଳ ଦାବୀ କରିଛି ବୋଲି ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande