
ନୂଆଦିଲ୍ଲୀ, 6 ନଭେମ୍ବର (ହି.ସ.)
- ବିହାର
ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ସମସ୍ତଙ୍କୁ ଭୋଟ ଦେବାକୁ ଧର୍ମେନ୍ଦ୍ର
ପ୍ରଧାନ ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିହାର
ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବାକୁ ଯାଉଥିବା ସମସ୍ତ ମତଦାତାମାନଙ୍କୁ, ବିଶେଷତଃ ଯୁବ ସାଥୀମାନଙ୍କୁ, ମୋର ଏହି ବିନମ୍ର ଅନୁରୋଧ ଯେ, ଆପଣମାନେ ଗଣତନ୍ତ୍ରର ଏହି
ମହାପର୍ବରେ ନିଜର ଅଂଶଗ୍ରହଣ ନିଶ୍ଚିତ କରନ୍ତୁ।
ବିହାରକୁ ପରିବାରବାଦ ଓ
ଜାତିବାଦରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଓ ବିକାଶ ଯାତ୍ରାକୁ ଅବିରତ ରଖିବା ପାଇଁ, ସମ୍ଭବ ଥିବା ସବୁଠାରୁ ଅଧିକ ସଂଖ୍ୟାରେ ମତଦାନ କରନ୍ତୁ ଏବଂ ଏକ
ସ୍ଥିର, ସଂକଳ୍ପିତ ଓ ଶକ୍ତିଶାଳୀ ସରକାରକୁ ପୁନର୍ବାର ଚୟନ କରନ୍ତୁ।
ଆପଣଙ୍କ ପ୍ରତ୍ୟେକ ଭୋଟ
ବିହାରର କୃଷକମାନଙ୍କ, ଯୁବମାନଙ୍କ, ମହିଳାମାନଙ୍କ ଓ ପଛୁଆ ବର୍ଗମାନଙ୍କ ହିତ ସୁରକ୍ଷା କରିବ ଏବଂ ସମୃଦ୍ଧ, ସୁଖୀ ଓ ‘ବିକଶିତ ବିହାର’ ଗଠନର ଆମ ସଂକଳ୍ପକୁ ସାକାର କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା