
ପାଟଣା, 6 ନଭେମ୍ବର (ହି.ସ.)- ବିହାର ବିଧାନସଭା
ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ହେଉଛି। ପ୍ରଥମ ପର୍ଯ୍ୟାୟରେ 18ଟି ଜିଲ୍ଲାର
121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ଏବଂ ସେହି ଭାଗ୍ୟ
ଇଭିଏମ୍ରେ ବନ୍ଦ ହେବ।
ଲଖିସରାଇ ବିଧାନସଭା
ଅଞ୍ଚଳର ବରହଇଆ ଅବସ୍ଥିତ ମଧ୍ୟ ବିଦ୍ୟାଳୟ ନମ୍ବର 2 (ପୂର୍ବ ଭାଗ) ରେ ସ୍ଥିତ ମତଦାନ କେନ୍ଦ୍ର
ସଂଖ୍ୟା 168 ରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମତଦାନ କରିବା ପରେ ଗଣମାଧ୍ୟମ ସହିତ କଥା ହୋଇଛନ୍ତି।
ସେ କହିଛନ୍ତି — “ଯଦି
ଭାରତରେ ମନ୍ଦିର ନିର୍ମାଣ ହେବ ନାହିଁ, ତେବେ ସେଗୁଡିକ ପାକିସ୍ତାନରେ ହେବ।”
ଏହା ସହ ସେ ଲାଲୁ ଯାଦବ, ତେଜସ୍ୱୀ ଯାଦବ ଓ ରାହୁଲ ଗାନ୍ଧୀଙ୍କୁ ନିଶାନା କରିଥିଲେ। ସେ ଆହୁରି
କହିଲେ ଯେ,
“ବୁର୍ଖା ପିନ୍ଧିଥିବା ପ୍ରତ୍ୟେକ
ବ୍ୟକ୍ତିଙ୍କର ତଦନ୍ତ କରାଯିବା ଉଚିତ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା