
ଭୁବନେଶ୍ୱର, 6 ନଭେମ୍ବର (ହି.ସ.)- ରାଜଧାନୀରେ
ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା। ୨୯ ବର୍ଷୀୟ
ସୁଜାତା କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଥିବା
ସରକାରୀ ଆପାର୍ଟମେଣ୍ଟରେ ରହୁଥିଲେ ସୁଜାତା । ଗତକାଲି ବିଷ ପାନ କରିବା ଅବସ୍ଥାରେ ତାଙ୍କର
ମୃତ୍ୟୁ ହୋଇଛି । ସୁଜାତଙ୍କ ୨ଟି ପିଲା ଅଛନ୍ତି । ଗତ ୬ ମାସ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ
ହୋଇଥିଲା । ୩ ମାସ ତଳେ ସେ ଚାକିରୀରେ ଯୋଗ ଦେଇଥିଲେ। ଆଜି ତାଙ୍କ ମୃତ୍ୟୁ ପରେ ହୋମଗାର୍ଡଙ୍କ
ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଭାଙ୍ଗି ପଡି ଏଭଳି
ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବାର ଲୋକେ । ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଣିଛି
ଚନ୍ଦ୍ରଶେଖରପୁର ଥାନା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା