

ପୁରୀ, ୬ ନଭେମ୍ବର (ହି.ସ.)- ପୁରୀ ସହର କାଳିକା ଦେବୀ ସାହି ସ୍ଥିତ କୁଞ୍ଜତୋଟା ଗଳିର ଦାମୋଦର ଆଚାର୍ଯ୍ଯଙ୍କ ବାସଭବନରେ ପବିତ୍ରତା ଓ ନିଷ୍ଠାର ସହ ଚତୁର୍ଦ୍ଦଶୀ ମଙ୍ଗଳବାର ଦିନ ଆଧ୍ୟାତ୍ମିକ ପରିବେଶରେ କାର୍ତ୍ତିକ ବ୍ରତ ଉଦଯାପିତ ହୋଇଯାଇଛି । ପଣ୍ଡିତ ରବିନାରାୟଣ ମିଶ୍ର ଓ କୁନା ମିଶ୍ରଙ୍କ ମନ୍ତ୍ର ଉଚ୍ଚାରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନବଗ୍ରହ ମଣ୍ଡଳ, ବିଷ୍ଣୁସାବତ୍ର ଭଦ୍ର ମଣ୍ଡଳ, ପଦ୍ମ ମଣ୍ଡଳ, ବର୍ଦ୍ଧନୀ ମଣ୍ଡଳ, ଦଶଦିଗପାଳ ମଣ୍ଡଳ, ବରୁଣ ମଣ୍ଡଳ, ହୋମ ମଣ୍ଡଳ ପଞ୍ଚ ମୁରୁଜରେ ପକାଇ କଳସ ସ୍ଥାପନ କରିଥିଲେ । ଲକ୍ଷ୍ମୀ ନାରାୟଣ ପିତ୍ତଳ ମୂର୍ତ୍ତି ରଖି ପୂଜାପାଠ ସହ ରାଇଦାମୋଦରଙ୍କୁ ପୂଜାର୍ଚ୍ଚନା କରିଥିଲେ । ବ୍ରତପାଳନର ବିଧିବିଧାନ ଅନୁଯାଇ ପୂଜାପାଠ କରାଯାଇଥିଲା । କର୍ତ୍ତା ଦାମୋଦର ଆଚାର୍ଯ୍ଯ ଓ କର୍ତ୍ତି ଭାବେ ମୀରାରାଣୀ ଆଚାର୍ଯ୍ଯ ବସିଥିଲେ । ଶୋଡଷ ଉପଚାରରେ ଭୋଗ ଓ ବିଭିନ୍ନ ଫଳମୂଳ ରଖି ପୂଜାପାଠ କରାଯାଇଥିଲା । ଧୂପଦୀପ, ଝୁଣା ଓ ଘିଅ ଦୀପରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଶେଷରେ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ହୋମରେ ଘିଅ ଆହୂତି ପ୍ରଦାନ କରାଯାଇ ଦେବାଦେବୀଙ୍କୁ ଅର୍ଘ୍ୟଦାନ କରାଯାଇଥିଲା । ପନ୍ଦର ବର୍ଷ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ, କାର୍ତ୍ତିକ ପୁରାଣ ପଠନ ଓ ଶ୍ରବଣ କରି ଧର୍ମ ଅର୍ଜନ କରିବା ସହ ଧାର୍ମିକ ଭାବନାକୁ ଉଦଯାପିତ ରଖିଥିଲେ ।
ପ୍ରୀତମ ରଞ୍ଜନ ଦାଶ, ତୃଷ୍ଣାମୟୀ ଆଚାର୍ଯ୍ଯ, କ୍ରୀଷ୍ଣାରାଣୀ ଆଚାର୍ଯ୍ଯ, କହ୍ନେଇ କୁମାର ଆଚାର୍ଯ୍ଯ, ମୌସୁମୀ ଆଚାର୍ଯ୍ଯ, ଜଗନ୍ନାଥ ମହାପାତ୍ର, ଶ୍ରୀୟା ଦାଶଙ୍କ ସମେତ ଆଖପାଖ ସାହିପଡିଶାର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ବ୍ରତରେ ସହଯୋଗ କରିଥିଲେ । ଶେଷରେ ବ୍ରାହ୍ମଣଙ୍କ ସମେତ ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବ ଏକତ୍ର ବସି ମହାପ୍ରସାଦ ସେବନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ