ବରଗଛ ମୂଳେ ମା ମହାଲକ୍ଷ୍ମୀଙ୍କ ମନ୍ଦିର
ପୁରୀ, ୬ ନଭେମ୍ବର (ହି.ସ.)- ପୁରୀ ନରେନ୍ଦ୍ର କୋଣ ସ୍ଥିତ ଏକ ବହୁପୁରଣା ବରଗଛମୂଳେ ମା ମହାଲକ୍ଷ୍ମୀ ବିରାଜମାନ କରିଛନ୍ତି । ମାର୍ଗଶୀର ମାସ ଗୁରୁବାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଓ ସଧବା ମହିଳା ମାନେ ମାଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି । କିମ୍ବଦନ୍ତୀରୁ ଜଣାଯାଏ, ଜଣେ ଲକ୍ଷ୍ମୀ ଭକ୍ତ ମନେ
ବରଗଛମୂଳେ ମା ମହାଲକ୍ଷ୍ମୀଙ୍କ ମନ୍ଦିର


ପୁରୀ, ୬ ନଭେମ୍ବର (ହି.ସ.)- ପୁରୀ ନରେନ୍ଦ୍ର କୋଣ ସ୍ଥିତ ଏକ ବହୁପୁରଣା ବରଗଛମୂଳେ ମା ମହାଲକ୍ଷ୍ମୀ ବିରାଜମାନ କରିଛନ୍ତି । ମାର୍ଗଶୀର ମାସ ଗୁରୁବାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଓ ସଧବା ମହିଳା ମାନେ ମାଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି ।

କିମ୍ବଦନ୍ତୀରୁ ଜଣାଯାଏ, ଜଣେ ଲକ୍ଷ୍ମୀ ଭକ୍ତ ମନେଇ ସାହୁ ଶହେବର୍ଷ ତଳେ ମୂର୍ତ୍ତିରଖି ପୂଜାର୍ଚ୍ଚନା କରୁଥିଲେ । ସାହି ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କ ଉଦ୍ଯମରେ ସେଠାରେ ଛୋଟିଆ ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ଭିତରେ ପାର୍ଶ୍ବ ଦେବାଦେବୀ ଭାବେ ନାରାୟଣ, ଅନନ୍ତ ବାସୁଦେବ, ନୃସିଂହ, ଶ୍ରୀବଳଭଦ୍ର, ଦେବୀ ମା ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀ ଶ୍ରୀ ନୀଳଗିରି ଚାର ଗଣେଶ ଗୁରୁଜ ଜାଗା ପଞ୍ଚାୟତ ତତ୍ବାବଧାନରେ ମନ୍ଦିର ନୀତିକାନ୍ତି, ପୂଜାର୍ଚ୍ଚନା, ପର୍ବପର୍ବାଣୀ ସମେତ ଉର୍ନ୍ନତିକରଣ କରାଯାଉଛି । ମାର୍ଗଶୀର ମାସ ଚାରି ଗୁରୁବାର, ସୁଦଶାବ୍ରତ ଓ ଅନ୍ଯାନ୍ଯ ପର୍ବପର୍ବାଣୀ ପାଳିତ ହେଉଛି । ମୁଖ୍ଯ ପୂଜକ ଅକ୍ଷୟ ମିଶ୍ର ଦୈନନ୍ଦିନ ନୀତିକାନ୍ତ ଓ ପୂଜାର୍ଚ୍ଚନା କରୁଥିବା ବେଳେ ତାଙ୍କ ସହିତ ପୂଜକ ଭାବେ ଚିନ୍ମୟ ଦିକ୍ଷିତ ସହଯୋଗ କରୁଛନ୍ତି । ମା ମହାଲକ୍ଷ୍ମୀଙ୍କ ଦ୍ବାରଫିଟା, ମଙ୍ଗଳଆଳତି, ଅବକାଶ ଓ ମଇଲମ ସହ ଶୁଖୁଲି ଭୋଗ କରାଯାଉଛି । ଦୈନନ୍ଦିନ ଶ୍ରୀମନ୍ଦିରରୁ ସରପୁରୀ ଓ ଶୁଖୁଲି ମହାପ୍ରସାଦ ମାଙ୍କ ନିକଟରେ ଅର୍ପଣ କରାଯାଉଛି । ମାଙ୍କ ମହିମା ଯୋଗୁ ଆଖପାଖ ସାହି ସମେତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସହିତ ମନ୍ଦିରରେ ଭକ୍ତମାନଙ୍କ ଭିଡ ଲାଗି ରହୁଛି । ପ୍ରତ୍ୟେକ ଦିନ ସାହିର ବାସିନ୍ଦାମାନେ ମା ମହାଲକ୍ଷ୍ମୀଙ୍କୁ ସକାଳେ ଓ ସଂଧ୍ଯାରେ ଦର୍ଶନ କରନ୍ତି । ଧୂପଦୀପ ଓ ପୁଷ୍ପର ବାସ୍ନାରେ ମହକୁଛି ମନ୍ଦିର ପରିସର । ପାଖରେ ନରେନ୍ଦ୍ର ପୁଷ୍ପରିଣୀ ଥିବାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଶୋଭାବର୍ଦ୍ଧନ ପାଉଛି । ପୂଜକଙ୍କ ମହାଲକ୍ଷ୍ମୀଙ୍କ ମନ୍ତ୍ର ଉଚ୍ଚାରଣରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଛି । ମାଙ୍କ ବେଶ ଓ ପୁଷ୍ପରେ ପରିପୂର୍ଣ୍ଣ ଥିବାରୁ ମାଙ୍କ ଉଜ୍ଜ୍ବଳତା ଚମକୁଛି । ମା ମହାଲକ୍ଷ୍ମୀଙ୍କୁ ଭାବ ଭକ୍ତିପୂର୍ଣ୍ଣରେ ଯିଏ ଡାକିଛି ମା ତାର ଦୁଃଖ ଦୂର କରୁଛନ୍ତି ବୋଲି ପୂଜକ କୁହନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande