
ଭାଗଲପୁର, 6 ନଭେମ୍ବର (ହି.ସ.)- ଭାଗଲପୁରର ଏୟାରପୋର୍ଟ
ମୈଦାନରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଜନସଭାକୁ ନେଇ ଏନ୍ଡିଏ
କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳରୁ ମୈଇଦାନରେ
ଲୋକମାନଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଏକ ଝଲକ ଦେଖିବା
ପାଇଁ ବ୍ୟସ୍ତ ହେଉଥିଲେ।
ଏହାରି ମଧ୍ୟରେ ଏକ ନିଆରା
ଓ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା — ଗୋପାଲପୁର
ବିଧାନସଭା ଅଞ୍ଚଳରୁ ପ୍ରକାଶ ମଣ୍ଡଳ ନାମକ ଜଣେ ମୋଦି ଭକ୍ତ ନିଜ ସହ ଗୋଟିଏ ବକରା (ଛେଳି) ନେଇ
ସଭାସ୍ଥଳକୁ ଆସିଥିଲେ। ସେ ଗୋଟିଏ ଗାଡ଼ିରେ ନିଜ ବକରାକୁ ନେଇ ଆସିଥିଲେ। ସେ କହିଛନ୍ତି ଯେ
ତାଙ୍କୁ ନିଜ ବକରା ସହ ବହୁତ ସ୍ନେହ ଅଛି ଏବଂ ସେ ଚାହୁଁଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଛେଳିକୁ
ମଧ୍ୟ ଦେଖନ୍ତୁ।
ସେ ହସି କହିଥିଲେ — “ଯେପରିକି ମୁଁ ମୋଦିଜୀଙ୍କ ବଡ଼ ଭକ୍ତ, ସେପରି ମୋର ଛେଳି ମଧ୍ୟ ମୋଦିଜୀଙ୍କ ଫ୍ୟାନ। ଯଦି ମୋଦିଜୀ ଥରେ ଏହାକୁ
ଦେଖନ୍ତି, ତେବେ ମୁଁ ଗର୍ବ ଅନୁଭବ କରିବି।”
ସଭା ସ୍ଥଳରେ ଏହି ଦୃଶ୍ୟ
ଲୋକମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଥିଲା। ବହୁତ ଲୋକ ମୋବାଇଲରେ ଫଟୋ ଉଠାଉଥିଲେ ଓ ଭିଡିଓ
ତିଆରି କରୁଥିଲେ। ସମଗ୍ର ମୈଦାନରେ “ମୋଦି-ମୋଦି” ର ନାରା ଗୁଞ୍ଜରିତ ହୋଇଉଠିଥିଲା। ସୁରକ୍ଷା ବ୍ୟବସ୍ଥା କଡାକଡି
ରଖାଯାଇଛି ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା