
ନୂଆଦିଲ୍ଲୀ, 6 ନଭେମ୍ବର (ହି.ସ.)- ଆଇସିସି
ମହିଳା କ୍ରିକେଟ ବିଶ୍ୱକପ 2025 ର ବିଜେତା ଭାରତୀୟ ମହିଳା କ୍ରିକେଟ ଟିମ୍ର ସଦସ୍ୟମାନେ
ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି।
ରାଷ୍ଟ୍ରପତି ଟିମ୍ର ପ୍ରତ୍ୟେକ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେମାନେ ବିଶ୍ୱକପ
ଜିତି ଇତିହାସ ରଚିଛନ୍ତି।
ଦ୍ରୌପଦୀ ମୁର୍ମୁ କହିଛନ୍ତି
ଯେ ଦେଶ ଓ ବିଦେଶର କୋଟି କୋଟି ଭାରତୀୟ ଏହି ଐତିହାସିକ ବିଜୟର ଉତ୍ସବ ପାଳନ କରୁଛନ୍ତି।
ରାଷ୍ଟ୍ରପତି କହିଲେ ଯେ ଏହି ଟିମ୍ ଭାରତର ଏକ ପ୍ରତିଛବି — ସେମାନେ ଅଲଗା ଅଲଗା ଅଞ୍ଚଳ, ସାମାଜିକ ପୃଷ୍ଠଭୂମି ଓ
ପରିସ୍ଥିତିରୁ ଆସିଥିଲେ, କିନ୍ତୁ ସେମାନେ ଏକ ଟିମ୍ — ଟିମ୍ ଇଣ୍ଡିଆ। ଏହି ଟିମ୍ ଭାରତର ସର୍ବୋତ୍କୃଷ୍ଟ ରୂପକୁ ପ୍ରଦର୍ଶନ
କରିଛି।
ରାଷ୍ଟ୍ରପତି କହିଛନ୍ତି ଯେ
ଏହି ଟିମ୍ ସାତ ଥର ବିଶ୍ୱବିଜେତା ଏବଂ ସେତେବେଳେ ଅପରାଜିତ ଥିବା ଅଷ୍ଟ୍ରେଲିଆ ଟିମ୍କୁ ହରାଇ
ସମସ୍ତ ଭାରତୀୟଙ୍କ ଆତ୍ମବିଶ୍ୱାସକୁ ଆହୁରି ମଜବୁତ କରିଛି। ଗୋଟିଏ ଶକ୍ତିଶାଳୀ ଟିମ୍ ବିପକ୍ଷରେ
କଠିନ ମୁକାବିଲାରେ ବଡ଼ ଅନ୍ତରରେ ଫାଇନାଲ୍ ଜିତିବା — ଟିମ୍
ଇଣ୍ଡିଆର ଉତ୍କୃଷ୍ଟତାର ଏକ ଅମର ଉଦାହରଣ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା