
ନୂଆଦିଲ୍ଲୀ, 6 ନଭେମ୍ବର (ହି.ସ.)- କେନ୍ଦ୍ରୀୟ
କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ଚୌହାନ 7 ନଭେମ୍ବରରେ
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲା ସହିତ ଗ୍ରାମାଞ୍ଚଳ ଗସ୍ତରେ ରହିବେ। ଏହି ସମୟରେ
ସେ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ଯୋଜନାମାନଙ୍କର ନିରୀକ୍ଷଣ କରିବେ, ସ୍ଥାନୀୟ କୃଷକମାନଙ୍କ ସହ କଥାବାର୍ତ୍ତା କରିବେ ଏବଂ ବନ୍ୟାପୀଡିତ
ଅଞ୍ଚଳମାନଙ୍କ ସ୍ଥିତିର ଅବଲୋକନ କରିବେ।
କୃଷି ମନ୍ତ୍ରାଳୟରୁ
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ମନ୍ତ୍ରୀ
ଶିବରାଜ ଚୌହାନ 7 ନଭେମ୍ବର ସକାଳ 6ଟାରେ ଦିଲ୍ଲୀରୁ ବିମାନରେ ଯାତ୍ରା କରି ମହାରାଷ୍ଟ୍ରର
ଛତ୍ରପତି ସମ୍ଭାଜୀନଗର ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଦ୍ୱାରା ସିରଶାଲା ଯିବେ, ଯେଉଁଠାରେ ସେ କୃଷିକୁଳ ସଂସ୍ଥାନରେ ରୁଦ୍ରାଭିଷେକ ଓ ଧ୍ବଜାରୋହଣ
ଅନୁଷ୍ଠାରେ ଅଂଶଗ୍ରହଣ କରିବେ।
ତା’ପରେ ଶିବରାଜ ସିଂହ ଜିଭିଟି ଟିମ୍ ସହ ବିସ୍ତୃତ ଆଲୋଚନା କରିବେ, କୃଷକମାନଙ୍କ ସହ ସଂଳାପ କରିବେ ଏବଂ ସଂସ୍ଥାନର ବିଭିନ୍ନ ସୁବିଧାର
ଅବଲୋକନ କରିବେ। ସେ କୃଷକ ଏବଂ ଗ୍ରାମବାସୀମାନଙ୍କ ସହ ଏକ ସଂଳାପ କାର୍ଯ୍ୟକ୍ରମରେ ଉପସ୍ଥିତ
ହେବେ, ଯେଉଁଠି କୃଷକ ଓ ଗ୍ରାମୀଣମାନଙ୍କ ହିତ ଏବଂ ସରକାରୀ ଯୋଜନାମାନଙ୍କ
ଫଳଦାୟକ କାର୍ଯ୍ୟାନ୍ୱୟନ ଉପରେ ଖୋଲା ଆଲୋଚନା ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା