ପୋଲିସ ଏସଆଇ ଚାକିରୀ କେଳେଙ୍କାରୀ ଘଟଣା, ଶଙ୍କର ପୃଷ୍ଟି ଓ ସହଯୋଗୀଙ୍କୁ ଜେରା
ଭୁବନେଶ୍ୱର, 6 ନଭେମ୍ବର (ହି.ସ.)- ପୋଲିସ ଏସଆଇ ଚାକିରୀ କେଳେଙ୍କାରୀ ଘଟଣା । ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସହଯୋଗୀ ଅରବିନ୍ଦ ଦାସକୁ କ୍ରାଇମବ୍ରାଞ୍ଚ ଅଫିସରେ ଜେରା କରାଯାଇଛି । ସତ ଓଗାଳୁଛନ୍ତି ଅରବିନ୍ଦ । କ୍ରାଇମବ୍ରାଞ୍ଚ ତଦନ୍ତରେ ସହଯୋଗ କରୁନି ଶଙ୍କର
ପୋଲିସ ଏସଆଇ ଚାକିରୀ     କେଳେଙ୍କାରୀ ଘଟଣା, ଶଙ୍କର ପୃଷ୍ଟି ଓ ସହଯୋଗୀଙ୍କୁ ଜେରା


ଭୁବନେଶ୍ୱର, 6 ନଭେମ୍ବର (ହି.ସ.)- ପୋଲିସ ଏସଆଇ ଚାକିରୀ

କେଳେଙ୍କାରୀ ଘଟଣା । ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସହଯୋଗୀ ଅରବିନ୍ଦ ଦାସକୁ

କ୍ରାଇମବ୍ରାଞ୍ଚ ଅଫିସରେ ଜେରା କରାଯାଇଛି । ସତ ଓଗାଳୁଛନ୍ତି ଅରବିନ୍ଦ । କ୍ରାଇମବ୍ରାଞ୍ଚ

ତଦନ୍ତରେ ସହଯୋଗ କରୁନି ଶଙ୍କର । ଶଙ୍କର କିଛି

ତଥ୍ୟ ଦେଉଛି । ଆଉ କିଛି ଲୁଚାଉଛି । ଶଙ୍କର ଠାରୁ କେମିତି ତଥ୍ୟ ହାସଲ କରାଯିବ ସେନେଇ

ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଶଙ୍କର ଠାରୁ ମିଳିଥିବା ମୋବାଇଲରୁ ସମସ୍ତ ତଥ୍ୟ

ଡିଲିଟ କରିଦେଇଛି । ତାକୁ ରିଟ୍ରାଇଭ କରିବା ପାଇଁ ଏସଏଫଏସଏଲକୁ ପଠା ଯାଇଛି । ଆଜି ତାର

ରିପୋର୍ଟ ଆସିବା ପରେ ସେଦିଗରେ ନେଇ ଶଙ୍କର ପୃଷ୍ଟି ଠାରୁ ତଥ୍ୟ ବାହାର କରିବ କ୍ରାଇମବ୍ରାଞ୍ଚ ।

ସିଲିକନ ଟେକଲାବର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକ ପୋଲିସ ଏସଆଇ ସ୍କାମର ମୁଖ୍ୟ ଖଳନାୟକ । ପରବର୍ତ୍ତୀ

ସମୟରେ ସୁରେଶଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ଟିମ । ପୋଲିସ ଏସଆଇ ଚାକିରୀ

କେଳେଙ୍କାରୀ ଘଟଣା ସାମ୍ନାକୁ ଆସିବା ପରେ ଶଙ୍କରକୁ ଫେରାର ଓ ଲୁଚାଇବାରେ ସହଯୋଗ କରିଥିଲେ

ସିଲିକନ ଟେକଲାବର ମୁଖ୍ୟ ସୁରେଶ ଚନ୍ଦ୍ର ନାୟକ ।

ସିମ ବଦଳାଇ ସୁରେଶ.. ସଙ୍କର.. ମୁନା.. ଅରବିନ୍ଦ କଥା ହେଉଥିବା ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ

ଲାଗିଛି । ଏହା ସହ ଅରବିନ୍ଦ ପାଖରୁ ଜବତ ହୋଇଥିବା ମୋବାଇଲ, ଲାପଟପ ଓ ପେନଡ୍ରାଇଭରୁ ସମସ୍ତ ତଥ୍ୟ ଡିଲିଟ କରିଦେଇଛି ଅରବିନ୍ଦ । ସେସବୁର ତଥ୍ୟ

ଜାଣିବାକୁ ଅରବିନ୍ଦ ଓ ଶଙ୍କରରୁ ମୁହାଁ ମୁହିଁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ । ଚାକିରୀ

ଦଲାଲ ଅରବିନ୍ଦର ଆକାଉଣ୍ଟ ଯାଞ୍ଚ କରାଯାଇଛି । ଅରବିନ୍ଦର ଆକାଉଣ୍ଟ ଜରିଆରେ ଅନେକ ଅର୍ଥ କାରବାର

ହୋଇଛି । ଟଙ୍କା କେଉଁଠୁ ଆସିଛି କାହା ପାଖରୁ ଆସିଛି ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ

ଟିମ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande