ବାଲିଯାତ୍ରାରେ କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ
କଟକ/ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ)- ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବା
ବାଲିଯାତ୍ରାରେ କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ


କଟକ/ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ)- ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ କରିଛନ୍ତି । ଏହି ପାରମ୍ପରିକ ସୂକ୍ଷ୍ମ କାରୁକାର୍ଯ୍ୟ ବିଷୟରେ ଯୁବପିଢ଼ିଙ୍କୁ ଆକୃଷ୍ଟ ଓ ଅବଗତ କରାଇବା ପାଇଁ ଲାଇଭ ଡେମନଷ୍ଟ୍ରସନ ବ୍ୟବସ୍ଥା କରାଯାଇଛି । ରୂପା ତାରକସି ପାଭିଲିୟନରେ ମୋଟ ୧୦ ଟି ଷ୍ଟଲ ଖୋଲିଛି। ଏହା ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ଉପନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ଉପନିର୍ଦ୍ଦେଶକ ସୌମ୍ୟା ସୁରଭିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande