
ଭୁବନେଶ୍ୱର, ୦୬ ନଭେମ୍ବର (ହି.ସ)- ଓଡିଶା ସାହିତ୍ୟ ଏକାଡେମିର ପ୍ରଥମ ସଭାପତି, ଓଡିଶା ବିଧାନସଭାର ପୁର୍ବତନ ବାଚସ୍ପତି ତଥା ଉତ୍କଳ ସମ୍ମିଳନୀର ପୁର୍ବତନ ସଭାପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ମାଲ୍ୟାର୍ପଣ
କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସଭାପତି ଅଧିବକ୍ତା ଅନନ୍ତ ପ୍ରସାଦ ଜେନା ସଭାପତିତ୍ୱ କରିଥିବା ବେଳେ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭା ପରିଚାଳନା କରିଥିଲେ । ମାଲ୍ୟର୍ପଣ ସଭାରେ ସମ୍ମିଳନୀର ଉପ-ସଭାପତି ଡ. ସୁରେନ୍ଦ୍ର ମିଶ୍ର ଓ ଶାଖା ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ବରପୁତ୍ରଙ୍କ ଗୁଣାବଳି ବର୍ଣ୍ଣନା କରି କହିଥିଲେ ଯେ, ବାଗ୍ମୀ, ସାହିତ୍ୟିକ, ଲେଖକ, କବି, ରାଜନିତିଜ୍ଞ ଓ ପଣ୍ଡିତ ନୀଳକଣ୍ଠ ଦାସ ଏକାଧାରାରେ ଜଣେ ପୂର୍ଣ୍ଣାଙ୍ଗ ମନୁଷ୍ୟ ଥିଲେ । ତାଙ୍କ ପାଖରେ ଯେତେ ଉପମା ଲାଗାଇଲେ ତାହା କମ ହେବ । କାମଦେବ ମହାପାତ୍ର ଏକ ଶ୍ରଧାଞ୍ଜଳି କବିତା ଆବୃତି କରିଥିଲେ ଓ ଯୁଗ୍ମ-ସମ୍ପାଦକ ସିଧାର୍ଥ ଶଙ୍କର ଗଡନାୟକ, ବାସନ୍ତୀ ତ୍ରିପାଠୀ, ମହେଶ୍ୱର ବିଶ୍ୱାଳ ଓ ରମେଶ ଚନ୍ଦ୍ର ପାତାଳସିଂ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗନେଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା