
ବଲାଙ୍ଗିର, ୭ ନଭେମ୍ବର (ହି.ସ.)- ଟ୍ରାକ୍ଟର ତଳେ ଚାପିହୋଇ ଡ଼୍ରାଇଭର ମୃତ। ବଙ୍ଗୋମୁଣ୍ଡା ଥାନା ଖଇରା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ତଳେ ଚାପିହୋଇଡ଼୍ରାଇଭରର ମୃତ୍ୟୁ ଘଟିଛି।
ଖଇରା ଗ୍ରାମର ଏକ ଚାଷ ଜମିକୁ ଧାନ ଆଣିବାକୁ ଯାଇଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା। ଟ୍ରାକ୍ଟର ଚାପାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।ଡ୍ରାଇଭର ଜଣକ ପାଟିମାଲ ଗ୍ରାମର ସରୋଜ କଟା ବୋଲି ଜଣାପଡିଛି। ସେ ଖଇରା ଗ୍ରାମର ନିଜ ଭିଣୋଇ ଘରେ ରହି ଟ୍ରାକ୍ଟର ଚଲାଉଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ