
ପୁରୀ, ୭ ନଭେମ୍ବର (ହି.ସ.)- ଶ୍ରୀମନ୍ଦିରରେ ପୁଣି ଧରାପଡିଛି ହିଡେନ୍ କ୍ୟାମେରା । ଗୁଜୁରାଟ ଅହମ୍ମଦାବାଦର ଭକ୍ତଙ୍କୁ ଧରିଛି ଶ୍ରୀଜଗନ୍ନାଥ ଟେମ୍ପଲ ପୋଲିସ(ଜେଟିପି) । ତାଙ୍କ ନାମ ଭରତ ପାଣ୍ଡିଆ । ସେ ପିନ୍ଧିଥିବା ଚଷମାରେ ଏହି ହିଡେନ୍ କ୍ୟାମେରା ଫିଟ୍ ହୋଇଥିଲା । ଘଟଣା ପରେ ସିଂହଦ୍ୱାର ଥାନାରେ ଏ ସମ୍ପର୍କରେ ତାଙ୍କୁ ପଚରା ଉଚୁରା କରୁଛି ପୋଲିସ ।
ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତରୁ ଶ୍ରଦ୍ଧାଳୁ ହିଡେନ୍ କ୍ୟାମେରା ସହିତ ଧରାପଡିଛନ୍ତି । ତେବେ ବାରମ୍ବାର ଏପରି ଘଟଣା ଘଟିବା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ