
ପୁରୀ, ୭ ନଭେମ୍ବର (ହି.ସ.)- ସେବାୟତ ବେଶରେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କଲେ ଯୁବକ । ସେବାୟତ ମାନେ ତାଙ୍କୁ ଚିହ୍ନଟ କରିବା ପରେ ସମ୍ପୃକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ଗାରଦରେ ଅଟକ ରଖି ପଚରା ଉଚୁରା କରାଯାଉଛି । ଶୁକ୍ରବାର ସକାଳେ ଏହି ଘଟଣା ଘଟିଛି । ଗୋପାଳ ବଲ୍ଲଭ ନୀତିପରେ ସେବାୟତ ବେଶରେ ଏହି ଯୁବକ ଜଣକ ଗର୍ଭଗୃହକୁ ପ୍ରବେଶ କରି ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ସୂଚନା ମିଳିଛି । ଯୁବକ ଜଣକ ଯାଜପୁରର ବୋଲି ଜଣାପଡିଛି । ତେବେ ସେବାୟତ ବେଶରେ ଜଣେ ଗର୍ଭଗୃହ ପର୍ଯ୍ୟନ୍ତ ଚାଲିଯିବା ଓ ରତ୍ନ ସିଂହାସନକୁ ସ୍ପର୍ଶ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ