ବିହାରରେ 160ରୁ ଅଧିକ ସିଟରେ ସରକାର ଗଠନ କରିବ ଏନଡିଏ- ଜେପି ନଡ୍ଡା
ପାଟଣା, 7 ନଭେମ୍ବର (ହି.ସ.)- ବିହାରରେ ପ୍ରଥମ ପର୍ଯ୍ୟାୟର ଭୋଟିଂ ସମାପ୍ତ ହେବା ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଏନ୍‌ଡିଏର ସମ୍ଭାବ୍ୟ ବିଜୟ ପ୍ରତି ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ବିପକ୍ଷ ଉପରେ କଡା ଆକ୍ରମଣ କରିଛନ୍ତି। ନଡ୍ଡା କ
ବିହାରରେ 160ରୁ ଅଧିକ ସିଟରେ ସରକାର ଗଠନ କରିବ ଏନଡିଏ- ଜେପି ନଡ୍ଡା


ପାଟଣା, 7 ନଭେମ୍ବର (ହି.ସ.)- ବିହାରରେ ପ୍ରଥମ ପର୍ଯ୍ୟାୟର ଭୋଟିଂ ସମାପ୍ତ ହେବା ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର

ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଏନ୍‌ଡିଏର ସମ୍ଭାବ୍ୟ ବିଜୟ ପ୍ରତି ଆତ୍ମବିଶ୍ୱାସ ପ୍ରକାଶ

କରିଛନ୍ତି ଏବଂ ବିପକ୍ଷ ଉପରେ କଡା ଆକ୍ରମଣ କରିଛନ୍ତି। ନଡ୍ଡା କହିଛନ୍ତି ଯେ ହାଇଚ୍ଚ ଭୋଟିଂ

ପ୍ରତିଶତ ଏବଂ ଜନତାଙ୍କ ସ୍ପଷ୍ଟ ନିର୍ବାଚନୀ ପସନ୍ଦ ଏନ୍‌ଡିଏ ସରକାର ପାଇଁ ଏକ ଶକ୍ତିଶାଳୀ

ସଙ୍କେତ।

ଗୁରୁବାର ଦିନ ଏକ ଟିଭି ଚ୍ୟାନେଲକୁ ଦିଆ ଇଣ୍ଟରଭ୍ୟୁରେ ନଡ୍ଡା କହିଛନ୍ତି ଯେ, “ମୁଁ ପୂର୍ବରୁ ମଧ୍ୟ ନିଶ୍ଚିତ ଥିଲି, ଏବଂ ପ୍ରଥମ ପର୍ଯ୍ୟାୟର ଭୋଟିଂ ପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ

କହୁଛି ଯେ ଏନ୍‌ଡିଏ 160ରୁ ଅଧିକ ସିଟ୍‌ ସହିତ ସରକାର ଗଠନ କରିବ।

ବିହାରର କେଉଁଠି ମଧ୍ୟ ଆଣ୍ଟି-ଇନକମ୍ବେନ୍ସି ଦେଖାଯାଇନି। ଜନତା ବିକାଶ, ସ୍ଥିରତା ଓ ନୀତିଶ କୁମାରଙ୍କ ନେତୃତ୍ୱର ସରକାର ପକ୍ଷରେ ଭୋଟ

ଦେଉଛନ୍ତି।”ସେ ଆଉ କହିଛନ୍ତି ଯେ ଜନତା ନିଜର ଆଶା ଓ

ଆକାଂକ୍ଷାକୁ ଭୋଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଲୋକମାନେ ଚାହୁଁଛନ୍ତି ଯେ ବିହାରରେ ଏକ ସ୍ଥିର

ସରକାର ଗଠିତ ହେଉ, ବିକାଶ ହେଉ ଏବଂ ମୋଦୀଜିଙ୍କ ଆଶୀର୍ବାଦର

ଲାଭ ବିହାରକୁ ମିଳୁ। ସେଥିପାଇଁ ହାଇ ଭୋଟିଂ ପ୍ରତିଶତ ଦେଖାଯାଇଛି। ଏହା ସ୍ପଷ୍ଟ

ପ୍ରୋ-ଇନକମ୍ବେନ୍ସି ଭୋଟ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande