
ନୂଆଦିଲ୍ଲୀ, 7 ନଭେମ୍ବର (ହି.ସ.)- ଜାତୀୟ ଗୀତ “ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ
ଖଡ଼ଗେ ଶୁକ୍ରବାର “ଏକ୍ସ”ରେ ନିଜ ବାର୍ତ୍ତା ସେୟାର କରି କହିଛନ୍ତି ଯେ, ଏହି ଗୀତ ଭାରତର
ସାମୂହିକ ଚେତନାର ପ୍ରତୀକ, ଯାହା ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ
ଦିଗ ଦେଇଥିଲା।
ସେ ନିଜ ବାର୍ତ୍ତାରେ ଲେଖିଛନ୍ତି ଯେ, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଦ୍ୱାରା ରଚିତ “ବନ୍ଦେ ମାତରମ୍” ଭାରତ ମାତାର ଭାବନା ସହିତ ଦେଶର ଏକତା ଓ ବିଭିନ୍ନତାର ଉତ୍ସବକୁ ପ୍ରତିପାଦନ କରେ।
ବର୍ଷ 1896ରେ କଲିକତାରେ ହୋଇଥିବା କଂଗ୍ରେସ ଅଧିବେଶନ ସମୟରେ ଗୁରୁଦେବ ରବୀନ୍ଦ୍ରନାଥ
ଠାକୁର ପ୍ରଥମ ଥର ପାଇଁ ଏହି ଗୀତକୁ ସାର୍ବଜନିକ ଭାବେ ଗାଇଥିଲେ। ସେଇ ମୁହୂର୍ତ୍ତଟି ସ୍ୱାଧୀନତା
ଆନ୍ଦୋଳନକୁ ଏକ ନୂତନ ଉର୍ଜା ଦେଇଥିଲା।
ସେ କହିଛନ୍ତି ଯେ, ବଙ୍ଗ ବିଭାଜନ ଠାରୁ ଆରମ୍ଭ କରି ସ୍ୱାଧୀନତା
ଆନ୍ଦୋଳନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ, ଏହି ଗୀତ ଦେଶବ୍ୟାପୀ ଭାବେ ଗୁଞ୍ଜରିତ
ହୋଇଥିଲା।
ଲାଲା ଲଜପତ ରାୟଙ୍କ ପ୍ରକାଶନ ଠାରୁ ଆରମ୍ଭ କରି ଭୀକାଜୀ କାମାଙ୍କ ପତାକା ଓ ରାମପ୍ରସାଦ
ବିସ୍ମିଲଙ୍କ ‘କ୍ରାନ୍ତି ଗୀତାଞ୍ଜଳି’ ପର୍ଯ୍ୟନ୍ତ —
“ବନ୍ଦେ
ମାତରମ୍” ସ୍ୱାଧୀନତାର ନାରା ହୋଇଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା