
ଭୁବନେଶ୍ୱର, 7 ନଭେମ୍ବର (ହି.ସ.)
- ୪ନମ୍ବର ଆମିଷ ମାର୍କେଟ ବୁଲିଲେ ମେୟର ସୁଲୋଚନା ଦାସ । ଏହି ଅବସରରେ ସେ
କହିଛନ୍ତି ଯେ,ମଟନ ଦୋକାନୀଙ୍କ ପାଇଁ ହୋଇଥିବା ଦୋକାନ ଦେଖିବା ପାଇଁ ଆସିଥିଲୁ। ଏଠି ୧୭ ଟି
ଦୋକାନ ରହିଛି। ହେଲେ ୨୩ ଜଣ ମଟନ ବ୍ୟବସାୟୀ ଅଛନ୍ତି। ତେଣୁ ଆଉ ୬ଟି ଦୋକାନ କରାଯିବ। ଏଥିସହ
ଏହି ଦୋକାନଗୁଡ଼ିକର ବି ଆବଶ୍ୟକ ମରାମତି କରି ବ୍ୟବସାୟୀଙ୍କୁ ଆବଣ୍ଟନ କରାଯିବ। ସେହିଭଳି
ମାର୍କେଟର ପ୍ରବେଶପଥରେ ମାଛ ଦୋକାନଗୁଡ଼ିକ ଉଚ୍ଛେଦ କରାଯିବ। ଭିତରେ ଥିବା ଖାଲିସ୍ଥାନରେ
ସେମାନଙ୍କ ପାଇଁ ପିଣ୍ଡି କରାଯିବ। ଏହି ରାସ୍ତାକୁ ସମ୍ପୂର୍ଣ୍ଣ ଚଉଡ଼ା କରାଯିବ। ଲୋକମାନେ ସୁବିଧାରେ
ଆସି ମଟନ କିଣିବେ। ରାସ୍ତା କଡ଼ରେ ମାଂସ କାଟିବା ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷ ନେଇ ବିଏମସି
ଏହି ବ୍ୟବସ୍ଥା ହାତକୁ ନେଇଛି। ଖୁବଶୀଘ୍ର ଚାରି ନମ୍ବର ଆମିଷ ବଜାରକୁ ବ୍ୟବସ୍ଥିତ କରାଯିବ। ଉଭୟ
ଗ୍ରାହକ ଓ ବ୍ୟବସାୟୀଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯିବ ବୋଲି ମେୟର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା