
ଭୁବନେଶ୍ୱର, 7 ନଭେମ୍ବର (ହି.ସ.)
- ଆଜି ଇରିଗେସନ ଛକରେ ଚାଏ ପେ ଚର୍ଚ୍ଚାରେ ଲୋକଙ୍କ ସହ କଥା ହୋଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ଆଜି ଇରିଗେସନ ଛକ, ନୂଆପଡ଼ା ଠାରେ ଗଣଶିକ୍ଷା ମନ୍ତ୍ରୀ
ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଦଳର ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ
ଚନ୍ଦ୍ର ଦାସ, ପୂର୍ବତନ ଜୁନାଗଡ ଏନଏସିଚେୟାରମ୍ୟାନ ମୁକେଶ ଅଗ୍ରୱାଲ, ସ୍ଥାନୀୟ ବୁଦ୍ଧିଜୀବି ଓ ଜନ ସାଧାରଣଙ୍କ ସହ 'ଚାଏ ପେ ଚର୍ଚ୍ଚା' ରେ ସାମିଲ ହେବାର ଅବସର ପ୍ରାପ୍ତ ହେଲା।
ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ କଲ୍ୟାଣକାରୀ ଯୋଜନା
ଓ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା
ଉପରେ ଆଲୋଚନା କଲୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା