ବିଦ୍ୟା ସମୃଦ୍ଧି ଓ ଶକ୍ତିରୁ ଆଜି ବନ୍ଦେ ମାତରମ୍‌ର ସଂକଳ୍ପନାକୁ ସାକାର କରୁଛି ଭାରତ- ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 7 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ଗୀତ “ବନ୍ଦେ ମାତରମ୍” ର ରଚନାର ୧୫୦ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ଯେ —“ବନ୍ଦେ ମାତରମ୍” କେବଳ ଦେଶର ସ୍ୱାଧୀନତାର ଗୀତ ନୁହେଁ, ବରଂ ଏହା ସ୍ୱାଧୀନ ଭାରତ କେମିତି ହେବ — ତାହାର ଏକ ସୁଜଲାମ୍-ସୁଫ
ବିଦ୍ୟା ସମୃଦ୍ଧି ଓ     ଶକ୍ତିରୁ ଆଜି ବନ୍ଦେ ମାତରମ୍‌ର ସଂକଳ୍ପନାକୁ ସାକାର କରୁଛି ଭାରତ- ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, 7 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ଗୀତ “ବନ୍ଦେ ମାତରମ୍” ର ରଚନାର ୧୫୦ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ଯେ —“ବନ୍ଦେ ମାତରମ୍” କେବଳ ଦେଶର ସ୍ୱାଧୀନତାର ଗୀତ ନୁହେଁ, ବରଂ ଏହା ସ୍ୱାଧୀନ ଭାରତ କେମିତି ହେବ — ତାହାର ଏକ ସୁଜଲାମ୍-ସୁଫଲାମ୍ ସ୍ୱପ୍ନ ମଧ୍ୟ ଦେଶବାସୀଙ୍କ ସାମ୍ନାରେ

ପ୍ରସ୍ତୁତ କରିଥାଏ।”

ସେ କହିଛନ୍ତି ଯେ, ଏହି ଗୀତରେ ଭାରତ ମାତାଙ୍କୁ ଦେବୀଙ୍କ ତିନୋଟି ରୂପ — ବିଦ୍ୟା, ସମୃଦ୍ଧି ଓ ଶକ୍ତି — ସହିତ ତୁଳନା କରାଯାଇଛି। ଆଜି ଭାରତ ଏହି ତିନି ମାନରେ ଉନ୍ନତି କରି

ଏହି ସ୍ୱପ୍ନକୁ ସାକାର କରୁଛି।

ପ୍ରଧାନମନ୍ତ୍ରୀ ଆଉ କହିଛନ୍ତି

ଯେ —“ବନ୍ଦେ ମାତରମ୍ ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ଭରିଦିଏ, ଭବିଷ୍ୟତକୁ ନୂତନ ଉତ୍ସାହ ଦିଏ ଏବଂ ଆମକୁ ଶିଖାଏ ଯେ — ଏହି ଜଗତରେ କୌଣସି ସଂକଳ୍ପ ଏମିତି ନାହିଁ ଯାହା ପୂରଣ ହୋଇପାରିବ

ନାହିଁ,

କୌଣସି ଲକ୍ଷ୍ୟ ନାହିଁ ଯାହା ପ୍ରାପ୍ତ ହୋଇପାରେ ନାହିଁ।”

ନୂଆଦିଲ୍ଲୀର ଇନ୍ଦିରା

ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍‌ରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଗୀତ ବନ୍ଦେ

ମାତରମର ବର୍ଷପୂର୍ତ୍ତି ସ୍ମରଣୋତ୍ସବର ଉଦ୍‌ଘାଟନ କରିଛନ୍ତି। ଏହି ସ୍ମରଣୋତ୍ସବ ସହିତ

ସମ୍ପର୍କିତ କାର୍ଯ୍ୟକ୍ରମ 7 ନଭେମ୍ବର 2025 ରୁ 7 ନଭେମ୍ବର 2026 ପର୍ଯ୍ୟନ୍ତ ଚାଲିବ। ଏହି

ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକଟିକେଟ୍ ଏବଂ ବିଶେଷ ମୁଦ୍ରା ମଧ୍ୟ ଜାରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି

ସମୟରେ କହିଛନ୍ତି ଯେ, “ବର୍ଷ 1937 ରେ ‘ବନ୍ଦେ ମାତରମ୍’ର ଆତ୍ମାକୁ ବିଭକ୍ତ କରାଯାଇଥିଲା, ଏବଂ ଏହାର ଏକ ଅଂଶକୁ ହଟାଇ ଜାତିର ବିଭାଜନର ମୂଳ ବିଜ ରୋପିତ

କରାଯାଇଥିଲା। ସେହି ବିଭାଜନକାରୀ ଚିନ୍ତାଧାରା ଆଜି ମଧ୍ୟ ଦେଶ ପାଇଁ ଏକ ଚ୍ୟାଲେଞ୍ଜ ହୋଇ

ରହିଛି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି କହିଛନ୍ତି ଯେ, “ବନ୍ଦେ ମାତରମ୍” ଗୀତରେ ଭାରତ ମାତାଙ୍କ ରୂପକଳ୍ପନା ଦେବୀଙ୍କ ତିନୋଟି ରୂପ ସହିତ କରାଯାଇଛି। ଯେପରି ମା

ଜନନୀ ମଧ୍ୟ ଅଟନ୍ତି, ପାଳନକାରିଣୀ ମଧ୍ୟ ଅଟନ୍ତି ଏବଂ ଆବଶ୍ୟକତା ପଡ଼ିଲେ ସଂହାରକାରିଣୀ ମଧ୍ୟ ହୋଇଯାନ୍ତି।

ଭାରତ ମାତା ବିଦ୍ୟା

ଦେଇଥିବା ସରସ୍ୱତୀ, ସମୃଦ୍ଧି ଦେଇଥିବା ଲକ୍ଷ୍ମୀ ଏବଂ ଅସ୍ତ୍ର-ଶସ୍ତ୍ର ଧାରଣ କରିଥିବା ଦୁର୍ଗା ମଧ୍ୟ ଅଟନ୍ତି। ଗତ

କିଛି ବର୍ଷ ଧରି ବିଶ୍ୱ ଭାରତର ଏହି ବିଦ୍ୟା, ସମୃଦ୍ଧି ଓ ଶକ୍ତି ସ୍ୱରୂପର ଉଦୟକୁ ଦେଖିଛି।

ବିଜ୍ଞାନ ଓ ପ୍ରଯୁକ୍ତିର

କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ହୋଇଛି, ଭାରତ ବିଶ୍ୱର ପଞ୍ଚମ ସବୁଠୁ ବଡ଼ ଅର୍ଥନୀତି ହୋଇଛି, ଏବଂ ଯେତେବେଳେ ଆତଙ୍କବାଦ ଭାରତର ସୁରକ୍ଷାକୁ ଚ୍ୟାଲେଞ୍ଜ କଲା, ସେତେବେଳେ ସାରା ବିଶ୍ୱ ଦେଖିଲା ଯେ ନୂତନ ଭାରତ ସେବା ସହିତ ସହିତ

ବିନାଶକାରୀ ଶକ୍ତିମାନଙ୍କ ପ୍ରତିକାରରେ ମଧ୍ୟ ସକ୍ଷମ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande