
ଖୋର୍ଦ୍ଧା, 13 ଡିସେମ୍ବର (ହି.ସ.) - ଖୋର୍ଦ୍ଧା ଅଦାଲତ ତରଫରୁ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜୁଲତା ଲେଙ୍କାଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୌଜଦାରି ଦେୱାନି, ମୋଟରଯାନ ଦୂର୍ଘଟଣା, ବୈବାହିକ ମାମଲା ଏବଂ ବିଭିନ୍ନ ଜାତୀୟ କରଣ ବ୍ୟାଙ୍କ ଗୁଡ଼ିକର ମାମଲା ଫଏସଲା କରାଯାଇଛି। ୪୯୯ ଟି ମକଦ୍ଦମା ବିଚାର କରାଯାଇଛି। ସେଥିରୁ ୧୯୫ଟି ମକଦ୍ଦମା ଫଏସଲା କରାଯାଇ୧, ୮୪,୫୧,୦୦୦/- ଜରିମାନା ଆଦାୟ କରାଯାଇଥିଲା । ୨୦ଟି ଜାତିୟକରଣ ବ୍ୟାଙ୍କର ୧୯ଟି ମାମଲା ବିଚାରକୁ ନିଆଯାଇ ୧୭ଟି ଫଇସଲା କରାଯାଇ ମୋଟ ୪,୪୫,୫୦୦/- ଟଙ୍କା ଆଦାୟ କରାଯାଇଛି । ଏଥିରେ ଖୋର୍ଦ୍ଧା କୋର୍ଟ ସମସ୍ତ ବିଚାରପତି ସହଯୋଗ କରିଥିଲେ । ଏହାକୁ ତାଲୁକ ଆଇନ ସେବା ସମ୍ପାଦକ ବସନ୍ତ ଶଥପଥି ସଂଯୋଜନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ