୧୨ ଜଣ ୱାରେଣ୍ଟି ଗିରଫ
ପୁରୀ, ୧୫ ଡିସେମ୍ବର (ହି.ସ.)- ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା ଓ ନୂଆ ପ୍ରୟାସ ଜାରି ହୋଇଛି । ଦୀର୍ଘଦିନ ଧରି କେତେକ ଅଭିଯୁକ୍ତଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା । ସେମାନେ ଘର ଛାଡି ପଳାଇ ଥିବାରୁ ପୋଲିସ ଧରି ପାରୁନଥିଲା । ଗତ ୨୪ ଘଣ
୧୨ ଜଣ ୱାରେଣ୍ଟି ଗିରଫ


ପୁରୀ, ୧୫ ଡିସେମ୍ବର (ହି.ସ.)- ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଆଇନ ଶୃଙ୍ଖଳା ରକ୍ଷା ଓ ନୂଆ ପ୍ରୟାସ ଜାରି ହୋଇଛି । ଦୀର୍ଘଦିନ ଧରି କେତେକ ଅଭିଯୁକ୍ତଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା । ସେମାନେ ଘର ଛାଡି ପଳାଇ ଥିବାରୁ ପୋଲିସ ଧରି ପାରୁନଥିଲା । ଗତ ୨୪ ଘଣ୍ଟି ଭିତରେ ୧୨ ଜଣ ୱାରେଣ୍ଟି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ତାଳବଣିଆ ଥାନା ଅର୍ନ୍ତଗତ ବାଲିଘାଟ ଗୋପାଳପୁର ରୋଡର ସୁଶାନ୍ତ କୁମାର ସ୍ୱାଇଁ ଓରଫ ଗଙ୍ଗା (୪୫) ତା ନାମରେ କୁମ୍ଭାରପଡ଼ା ଥାନା କେସ୍ ନଂ ୨୦୪/୧୩ ରହିଥିଲା । ଯାହାର ୱାରେଣ୍ଟ ଏସଡିଜେଏମ କୋର୍ଟରେ ଜିଆର କେସ ନମ୍ବର ୧୨୧୫/୧୩ ରହିଥିଲା । ଟାଉନ ଥାନାରେ ବଳରାମ ବଡ଼ପଣ୍ଡା ଓରଫ ବାପିଙ୍କ ନାମରେ ଜିଆର ନମ୍ବର ୩୦୮/୨୩ ରହିଥିଲା । କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଖାକିମଠ ନୂଆସାହି ବାଲି ଉପର ଧନି ଦଳେଇ ର ଜିଆର ନମ୍ବର ୧୩୭୪/୨୧,ସଦର ଥାନା ଆମ୍ବପଡାର ଲକ୍ଷ୍ମୀଧର ଖଟେଇ, ଚନ୍ଦନପୁର ଥାନା ଗୌଡକେରା ଗ୍ରାମର ବିଷ୍ଣୁ ମଲ୍ଲିକ, ୪୧/୯୩/ ୨୪/୧୮ ଗିରଫ କରାଯାଇଛି । ସେହିପରି ଗଡ଼ିଶଗୋଡ଼ା ଥାନା କାଳିଆ ସାହୁ ଓ ବଲିଆ ସାହୁ ଜିଆର ନମ୍ବର ୯୫୭/୧୮, କୃଷ୍ଣପ୍ରସାଦ ଥାନା ଖଟି ସାହିର ଶିଖେତ୍ର ପ୍ରସାଦ ଦଳାଇ ଓରଫ ଶିଖେତ୍ର ପ୍ରସାଦ ସାମନ୍ତ ୧୦୪/୨୦୨୫, ନିମାପଡ଼ା ଥାନା ଛତାହରାର ଆର୍ତ୍ତ ସ୍ୱାଇଁ, କେସ ନମ୍ବର ୧୧୨/୨୦୨୪,ବଳଙ୍ଗା ଥାନା ମନୋଜ କୁମାର ଧାରା ୨୯୪/୩୨୩/୩୪୧/୫୦୬ ଆଇପିସି ୩୮୨/୨୦୦୫, ସତ୍ୟବାଦୀ ଥାନା ବଡ଼ହାଟ ବ୍ଲକ ଛକର ବଚନ ମଲ୍ଲିକ ଜିଆର ୪୭୪/୨୩ ଏବଂ ୧୪୧୦/୨୦, ଇନ୍ଦୁଆ ମଲ୍ଲିକ ଜିଆର ୪୮୬/୦୭ ରେ ଗିରଫ କରାଯାଇ ସଂପୃକ୍ତ କୋର୍ଟକୁ ପଠାଇ ଦିଆଯାଇଛି ।

ନୂଆ ଯୁବ ଏସପି ଶ୍ରୀ ସିଂ ଯୋଗଦେବା ପରେ ନୂଆ ତରିକାରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୁକ୍ତ ମାନଙ୍କୁ ଧରପଗଡ ହାଇସ୍ପିଡରେ ଚାଲିଛି । ପର୍ଯ୍ୟଟନ ଋତୁ ଡିସେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଓ ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆଇନ ଶୃଙ୍ଖଳା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଦୃଢ ପଦକ୍ଷେପ ନିଆଯାଉଛି । ଅପରେସନ ଚକ୍ର ବଳରେ ଶତାଧିକ ଅଭିଯୁକ୍ତ ମାନଙ୍କୁ ଗିରଫ କରାଗଲାଣି । ବ୍ରାଉନସୁଗାର ଓ ସୁନାରୂପା ଲୁଟ ଘଟଣାରେ ପୁରୀ ପୋଲିସକୁ ସଫଳତା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande