
ଭୁବନେଶ୍ୱର, ୧୫ ଡିସେମ୍ବର (ହି.ସ)- ୨୦୨୬ରେ କିଛି ଗୋଟେ ତୁରନ୍ତ ହେବ, ତାହା ମୁଁ ଦେଖି ପାରୁନାହିଁ । ଯାହା ଘଟିବ ସମସ୍ତଙ୍କ ଜ୍ଞାତ ସାରରେ ଘଟିବ, ଲୁଚାଛପାରେ କିଛି ହେବ ନାହିଁ । ରାଜ୍ୟରେ ନୂଆ ଦଳ ଗଠନ ହେବ କି ବୋଲି ଗଣମାଧ୍ୟମର ପ୍ରଶ୍ନର ଉତରରେ ଏହା କହିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ।
ସେ କହିଛନ୍ତି ଯେ ଓଡ଼ିଶା ରାଜନୀତି କ୍ଷେତ୍ରରେ ୨୪ ବର୍ଷ ଶାସନ ପରେ ପରିବର୍ତିତ ପରିସ୍ଥିତି ଆସିଛି, ଏହାପରେ ଅନେକ କଥା ଘଟିଛି । ନୂଆ ଦଳ ପ୍ରସଙ୍ଗ ପରିପକ୍ୱ ନୁହେଁ । କେଉଁ ରାଜନୀତି ଦଳରେ କିଏ ଆସୁଛି ଯାଉଛି ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ୨୬ରେ କିଛି ଗୋଟେ ତୁରନ୍ତ ହେବ, ତାହା ମୁଁ ଦେଖି ପାରୁନାହିଁ । ରାଜନୀତି ନାଁରେ ସଂସ୍କୃତି ନଷ୍ଟ ହୋଇଥିଲା । ବିକଶିତ ଓଡ଼ିଆ କଥା କହିଲେ ଓଡ଼ିଆ ସଂସ୍କୃତିକୁ ପାଳନ କରିବା। ବିଜୟ ମହାପାତ୍ର ଅନୁଭବୀ ନେତା ସେ ଅନୁଭବ କରିଥବେ । ତାଙ୍କ ଦୃଷ୍ଟି କୋଣରୁ ଭାବିଥିବେ ପରବର୍ତୀ ମୁହୂର୍ତରେ କଣ ଘଟିପାରେ । କିନ୍ତୁ ଯାହା ଘଟିବ ସମସ୍ତଙ୍କ ଜ୍ଞାତ ସାରରେ ଘଟିବ, ଲୁଚାଛପାରେ ହେବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା