ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ରୌପ୍ୟ ଜୟନ୍ତୀ ମହୋତ୍ସବ
ଜୟପୁର, ୧୫ ଡିସେମ୍ବର (ହି.ସ.)- ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରାଜୁ ସାହି, ଜୟପୁରର ରୌପ୍ୟ ଜୟନ୍ତୀ ମହୋତ୍ସବ ଜୟପୁର ରାଜୁ ସାହି ସ୍ଥିତ ଘୋଡାଶାଳ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗଦେଇ ବିଦ୍ୟାଳୟଟି ଦୀର
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ର ରୌପ୍ୟ ଜୟନ୍ତୀ ପାଳିତ


ଜୟପୁର, ୧୫ ଡିସେମ୍ବର (ହି.ସ.)- ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରାଜୁ ସାହି, ଜୟପୁରର ରୌପ୍ୟ ଜୟନ୍ତୀ ମହୋତ୍ସବ ଜୟପୁର ରାଜୁ ସାହି ସ୍ଥିତ ଘୋଡାଶାଳ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଯୋଗଦେଇ ବିଦ୍ୟାଳୟଟି ଦୀର୍ଘ ୨୫ ବର୍ଷ ଧରି କିପରି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ତା'ର ନିରବଛିନ୍ନ ସାମାଜିକ କର୍ତ୍ତବ୍ୟ ପାଳନ କରିଆସିଛି ସେ ବିଷୟରେ ଉଲ୍ଲେଖ କରିଥିଲେ I ଜୟପୁରରେ ଏହା ହେଉଛି ଏକମାତ୍ର ବିଦ୍ୟାଳୟ ଯାହା କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ନ ରଖି କାର୍ଯ୍ୟ କରୁଛି I ଶ୍ରୀ ମହାନ୍ତି ବିଦ୍ୟାଳୟର ଉନ୍ନତି ନିମନ୍ତେ ଆବଶ୍ୟକୀୟ ସହଯୋଗ କରିବେ ବୋଲି ମତବ୍ୟକ୍ତ କରିଥିଲେ I

ଶ୍ରୀମା ଶ୍ରୀଅରବିନ୍ଦଙ୍କ ଅନୁଗାମୀ ତଥା ଶ୍ରୀଅରବିନ୍ଦ ଆଶ୍ରମ, ବ୍ରାହ୍ମଣସୁକୁ ର ସାଧିକା ଶ୍ରୀମତୀ ସୁଜାତା ପତି ମୁଖ୍ୟ ବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏକ ସଠିକ ମାର୍ଗରେ ଗଢିବା କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଭୂମିକା ତଥା ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ ପରିଚାଳନା ସମିତିର ଭୂମିକା ଉପରେ ଆଲୋକପାତ କରିଥିଲେ I ସମ୍ପାଦକ ନବକୃଷ୍ଣ ରଥ ତାଙ୍କର ବିବରଣୀରେ ଅନେକ ଘାତ ପ୍ରତିଘାତ ମଧ୍ୟରେ ବି ବିଦ୍ୟାଳୟର ୨୫ ବର୍ଷର ଗୌରବମୟ ଯାତ୍ରାକୁ ଉପସ୍ଥାପନା କରିବା ସହିତ ସମସ୍ତ ସଂଘର୍ଷକୁ ଅତିକ୍ରମ ଏହା ଆଗକୁ କିପରି ବଢି ଚାଲିବ ସେ ଉପରେ ଆଲୋକପାତ କରିଥିଲେ I ସମ୍ମାନିତ ଅତିଥିଭାବେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନତ୍ବକୁ ପ୍ରଶଂସା କରିଥିଲେ I

ଏହି କାର୍ଯ୍ୟକ୍ରମକୁ ଵିଦ୍ୟାଳୟର ସଭାପତି ହରିହର କରସୁଧା ପଟ୍ଟନାୟକ ପରିଚାଳନା କରିବା ସହିତ ତାଙ୍କ ଅଭିଭାଷଣରେ ବିଦ୍ୟାଳୟର ଉତ୍ତରୋତ୍ତର କାମନା କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ ମିଶ୍ରଙ୍କ ତତ୍ୱାବଧାନରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ୯ଟି ଶିକ୍ଷାକେନ୍ଦ୍ରରୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ I ବେଶେଷକରି ଅଭିଭାବକ ମା ମାନଙ୍କର ତାଙ୍କ ଶିଶୁଙ୍କ ସହିତ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରାଇଥିଲା I ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏକ ମାନପତ୍ର ଦେଇ ଅତିଥିବୃନ୍ଦ ସମ୍ମାନିତ କରିଥିଲେ I ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାର ଶ୍ରୀ ଅରବିନ୍ଦ କର୍ମଧାରାର ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ, କର୍ମୀ ଶ୍ରୀ ତାରିଣୀ ଚରଣ ପତି, ମୀନକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତିର ପ୍ରାଥମିକ ସଦସ୍ୟ ପ୍ରଶାନ୍ତ ପରିଡ଼ା ପରିଚାଳନା କରିବା ସଂଗେ ସଂଗେ ଅନ୍ୟତମ ସଦସ୍ୟ ତେଜେଶ୍ୱର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଉମାଶଙ୍କର ଆଚରି, ବୈଦ୍ୟନାଥ ମିଶ୍ର ଓ ବିଦ୍ୟାଳୟର ଶିକ୍ଷୟକ ଶିକ୍ଷୟିତ୍ରୀ, ଅଭିଭାବକ ବୃନ୍ଦ ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande