
ଭୁବନେଶ୍ୱର, ୧୫ ଡିସେମ୍ବର (ହି.ସ)- ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି), ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ଓ ସ୍ମାର୍ଟ ସିଟିର ମିଳିତ ଜନ ଶୁଣାଣି ସୋମବାର ବିଏମ୍ ସି ମୁଖ୍ୟାଳୟସ୍ଥିତ ଏଲ୍ ଜି ଫ୍ଲୋରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକମାନଙ୍କର ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଉପସ୍ଥିତ ଉପବିଭାଗୀୟ, ସଂଯୁକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ଶୁଣାଣି ଶିବିରରେ ବିଏମ୍ ସି, ବିଡିଏ ଓ ସ୍ମାର୍ଟ ସିଟି ସହ ସଂଯୁକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା