ବିଧାୟକ ମାନଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲା ସିପିଆଇ(ଏମ୍‌)
ଭୁବନେଶ୍ୱର, ୧୫ ଡିସେମ୍ବର (ହି.ସ)- ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ବିଲ ଅନୁମୋଦନ ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିଛି ସିପିଆଇ(ଏମ୍‌)। ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ମନ୍ତ୍ରୀ ଓ ବିଧାୟକ ମାନଙ୍କର ବର୍ଦ୍ଧିତ ଦରମାକୁ ବିରୋଧ କରିଛନ୍ତି । କାରଣ ଶିକ୍ଷକ ଓ ଅନ
ବିଧାୟକ ମାନଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲା ସିପିଆଇ(ଏମ୍‌)


ଭୁବନେଶ୍ୱର, ୧୫ ଡିସେମ୍ବର (ହି.ସ)- ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ବିଲ ଅନୁମୋଦନ ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିଛି ସିପିଆଇ(ଏମ୍‌)। ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ମନ୍ତ୍ରୀ ଓ ବିଧାୟକ ମାନଙ୍କର ବର୍ଦ୍ଧିତ ଦରମାକୁ ବିରୋଧ କରିଛନ୍ତି । କାରଣ ଶିକ୍ଷକ ଓ ଅନ୍ୟ ସଂଗଠନ ଦରମା ପାଇଁ ଆନ୍ଦୋଳନ କରିଛନ୍ତି। ସେ ସମୟରେ ବିଧାୟକମାନଙ୍କ ଦରମା ବୃଦ୍ଧି କରାଗଲା। ବିଜେପି ଶାସିତ ଗୁଜୁରାଟରେ ବି ବିଧାୟକ ଓଡ଼ିଶା ପରି ଦରମା ପାଇବେନି। ବିକଶିତ ରାଜ୍ୟ ଗୁଡିକ ବି ଏମିତି କରି ନାହାନ୍ତି। ବିଧାୟକ କି ସାଂସଦ ରାଜ୍ୟର ମାଲିକ ନୁହଁନ୍ତି. ଏହା ନୀତିଗତ ପ୍ରସଙ୍ଗ। ଏହି ବିରୋଧରେ ସିପିଆଇ(ଏମ୍‌) ରାଜ୍ୟପାଳଙ୍କୁ ଭେଟିଥିଲା। ତେବେ ରାଜ୍ୟପାଳଙ୍କ ପାଖରେ ଏହି ବିଲ ପହଂଚି ନଥିବା ସିପିଆଇ(ଏମ୍‌) ପକ୍ଷରୁ କୁହାଯାଇଛି। ଏହି ବିଲକୁ ଅନୁମୋଦନ ନ ଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରି ି ସିପିଆଇ(ଏମ୍‌) ଦାବିପତ୍ର ପ୍ରଦାନ କରିଛି ବୋଲି ଦଳର ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande