ଆର୍‌ଏସ୍‌ଏସ୍ ଶମନୁର ଶିବଶଙ୍କରପ୍ପାଙ୍କ ମୃତ୍ୟୁରେ ଶୋକ ପ୍ରକାଶ, ଦେଲେ ଶ୍ରଦ୍ଧାଞ୍ଜଳି
ବେଙ୍ଗାଲୁରୁ, ୧୫ ଡିସେମ୍ବର(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) କର୍ଣ୍ଣାଟକ ଦକ୍ଷିଣ ପ୍ରାନ୍ତ କର୍ଣ୍ଣାଟକ ବିଧାନସଭାର ବରିଷ୍ଠ ବିଧାୟକ ଏବଂ ପୂର୍ବ ମନ୍ତ୍ରୀ ଶମନୁର ଶିବଶଙ୍କରପ୍ପାଙ୍କ ନିଧନରେ ଗଭିତର ଶୋକ ବ୍ୟକ୍ତ କରି ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପିତ କରିଛନ୍ତି। ଶ୍
ଆର୍‌ଏସ୍‌ଏସ୍ ଶମନୁର ଶିବଶଙ୍କରପ୍ପାଙ୍କ ମୃତ୍ୟୁରେ ଶୋକ ପ୍ରକାଶ, ଦେଲେ ଶ୍ରଦ୍ଧାଞ୍ଜଳି


ବେଙ୍ଗାଲୁରୁ, ୧୫ ଡିସେମ୍ବର(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) କର୍ଣ୍ଣାଟକ ଦକ୍ଷିଣ ପ୍ରାନ୍ତ କର୍ଣ୍ଣାଟକ ବିଧାନସଭାର ବରିଷ୍ଠ ବିଧାୟକ ଏବଂ ପୂର୍ବ ମନ୍ତ୍ରୀ ଶମନୁର ଶିବଶଙ୍କରପ୍ପାଙ୍କ ନିଧନରେ ଗଭିତର ଶୋକ ବ୍ୟକ୍ତ କରି ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପିତ କରିଛନ୍ତି। ଶ୍ରଦ୍ଧାଞ୍ଜଳି ସନ୍ଦେଶରେ ଆର୍‌ଏସ୍‌ଏସ୍ କହିଛି ଯେ ଶମନୁର ଶିବଶଙ୍କରପ୍ପାଙ୍କ ସାମାଜିକ ଦୃଷ୍ଟିକୋଣ, ନିରନ୍ତର ସକ୍ରିୟତା ଏବଂ ଜୀବନ ପ୍ରତି ଉତ୍ସାହ ସମସ୍ତଙ୍କ ପାଇଁ ପ୍ରେରଣାସ୍ରୋତ ରହିଛି। ସଂଘ କହିଛି ଯେ ସାର୍ବଜନିକ ଜୀବନରେ ତାଙ୍କର ମୃତ୍ୟୁରେ ଉତ୍ପନ୍ନ ଶୂନ୍ୟତାକୁ ପୂରଣ କରିବା ଅତ୍ୟନ୍ତ କଠିନ ହେବ। ଆର୍‌ଏସ୍‌ଏସ୍ କର୍ଣ୍ଣାଟକ ଦକ୍ଷିଣ ପ୍ରାନ୍ତର ସଂଘଚାଳକ ଜି.ଏସ୍‌. ଉମାପଥୀ ପ୍ରାର୍ଥନା କରିଛନ୍ତି, ଦିବଂଗତ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ ତଥା ଈଶ୍ୱର ତାଙ୍କ ପରିବାର ଏବଂ ଅସଂଖ୍ୟ ଅନୁଗାମୀ ଏବଂ ପ୍ରଶଂସକଙ୍କୁ ଏହି ଦୁଃଖକୁ ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande