
ନୂଆପଡ଼ା,୧୫ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଓ ସାନମହେଶ୍ୱର ପଞ୍ଚାୟତ ଠାରେ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ବରଗାଁ ପେକ୍ସ ସଭାପତି ସତ୍ୟପ୍ରିୟ ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରି ମଣ୍ଡିର ଶୁଭାରମ୍ଭ କରିଥିଲେ। ଆଜି ୪ ଜଣ ଚାଷୀଙ୍କର ୨୨୪.୧୭ କୁଣ୍ଟାଲ ଧାନ ବିକ୍ରୟ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ପେସ୍କ ସମ୍ପାଦକ ଭାଗିରଥି ପଟେଲ, ଡିଇଓ ରାଉତ ଓ ନିହାରିକା ମୁଣ୍ଡଙ୍କ ସମେତ ଶତାଧିକ ଚାଷୀ ମାନେ ଯୋଗଦାନ କରିଥିଲେ। ଚାଷୀଙ୍କ ପାଇଁ ମଣ୍ଡିରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ପେକ୍ସ ସଭାପତି ସତ୍ୟପ୍ରିୟ ମୁଣ୍ଡ ସୂଚନା ଦେଇଛନ୍ତି।
ସେହିପରି ସାନମହେଶ୍ୱର ପଞ୍ଚାୟତରେ ମଧ୍ୟ ବରଗାଁ ପେକ୍ସ ସଭାପତି ସତ୍ୟପ୍ରିୟ ମୁଣ୍ଡଙ୍କ କରକମଳରେ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି। ଏଥିରେ ସମ୍ପାଦକ ଭାଗିରଥି ପଟେଲଙ୍କ ସମେତ ଚାଷୀ ରାଜେନ୍ଦ୍ର ମହାପାତ୍ର, ଅମ୍ବିକା ତ୍ରିବେଦୀ, ବିଜୟ ସିଂହ, ଜଗତ ଶବରଙ୍କ ସମେତ ଆରଏମସିର କର୍ମଚାରୀ ସାମିଲ ଥିଲେ। ଆଜି ୫ ଜଣ ଚାଷୀଙ୍କ ୫୩୦ ବ୍ୟାଗ ଧାନ ବିକ୍ରୟ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ