




ପୁରୀ, ୧୫ ଡିସେମ୍ବର (ହି.ସ.)- କେନାଲ ଖୋଳାକୁ ନେଇ ଉତେଜନା ପ୍ରକାଶ ପାଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରିଦାସପୁରରେ କେନାଲ ଖୋଳାକୁ ନେଇ ଉତେଜନା ଦେଖାଦେଇଛି । କେନାଲ ଖୋଳାକୁ ନେଇ ଆଜି ସକାଳେ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଘଟଣା ପରେ ୪୦ ଜଣ ମହିଳା ଓ ପୁରୁଷଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ୭ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ପୋଲିସ ଅଫିସର ମୁତୟନ ଅଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ବିଗତ ୩୦ ବର୍ଷ ଧରି ବ୍ରହ୍ମଗିରି ବ୍ଲକ କୁସୁବେଂଟି ପଂଚାୟତର ହରିଦାସପୁର ଗ୍ରାମ ଏବଂ କୁସୁବେଂଟି ଗ୍ରାମ ମଧ୍ୟରେ ପାଣି ନାଳକୁ ନେଇ ବିବାଦ ରହି ଆସିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ