
ଭୁବନେଶ୍ୱର, 15 ଡିସେମ୍ବର (ହି.ସ.)
ମିଡିଆରେ ଚିଠି ପ୍ରକାଶ କରିବା କେବେ ବି ଗ୍ରହଣଯୋଗ୍ୟ ନୁହେଁ- ଅରବିନ୍ଦ
ଦାସ
- କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ
ବହିଷ୍କାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)
ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ। ସେ କହିଛନ୍ତି ଯେ ଦଳରେ ରହି କେନ୍ଦ୍ର ଓ ରାଜ୍ୟ
ନେତୃତ୍ୱଙ୍କୁ ସାର୍ବଜନୀନ ଭାବେ ସମାଲୋଚନା କରିବା ଆଦୌ ଠିକ୍ ନୁହେଁ।
ଅରବିନ୍ଦ ଦାସ କହିଛନ୍ତି ଯେ ଶୀର୍ଷ ନେତୃତ୍ୱଙ୍କୁ ଟାହିଟାପରା କରିବା
ଓ ଗଣମାଧ୍ୟମରେ ଚିଠି ପ୍ରଘଟ କରିବା ଦଳୀୟ ଶିଷ୍ଟାଚାର ବିରୋଧୀ। “ମିଡିଆରେ ଚିଠି ପ୍ରକାଶ କରିବା
କେବେ ବି ଗ୍ରହଣଯୋଗ୍ୟ ନୁହେଁ,” ସେ କହିଛନ୍ତି।
ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ ମୋକିମଙ୍କ
ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ନୁହେଁ। ଦଳୀୟ ଶିଷ୍ଟାଚାର
ଉଲ୍ଲଂଘନ କରିଥିବା କୌଣସି ନେତା ହେଲେ ବି ସେହିପରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି
ସେ ସ୍ପଷ୍ଟ କରିଛନ୍ତି।
ବିଭୀଷଣ ପ୍ରସଙ୍ଗରେ ଭକ୍ତ ଦାସ କେବେ ତାଙ୍କୁ ଆକ୍ଷେପ କରିନଥିଲେ ।ହେଲେ
ସଙ୍ଗେ ସଙ୍ଗେ ଶୃଙ୍ଖଳା କମିଟିକୁ ଚିଠି ଲେଖି ଗଣମାଧ୍ୟମକୁ ଦେଇଦେଲେ । ସାରା ଦେଶରେ କଂଗ୍ରେସ
ରାହୁଲ ଗାନ୍ଧୀ ଓ ଏଆଇସିସିଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଦିଲ୍ଲୀ ରାମଲୀଲା
ମୈଦାନରେ ଭୋଟ ଚୋରୀ ପାଇଁ କରିଥିବା ସମାବେଶର 6 ଦିନ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଆଉ ଏକ ଚିଠି ଲେଖିଲେ । 48 ଘଣ୍ଟା ଭିତରେ ଗଣମାଧ୍ୟମକୁ
ଚିଠି ଦେଇ ଦେଲେ । ଦଳକୁ ଗଢିବା ପାଇଁ ନା ବିଗାଡିବ ପାଇଁ ତାଙ୍କ ଅଭିପ୍ରାୟ ସ୍ପଷ୍ଟ ଜଣା ପଡୁଛି
। ଚାଷୀ ଆନ୍ଦୋଳନ, ଶିକ୍ଷକ ଆନ୍ଦୋଳନ
ସମୟରେ ମୋକିମଙ୍କ ଚିଠି ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ରହିଲା । ରାହୁଲ ଙ୍କ ମୋକିମ ଚିଠିରେ
ଅଯୋଗ୍ୟ ବୋଲି କହିଛନ୍ତି । ଯେତେବେଳେ କଂଗ୍ରେସ
ଦଳ ଉଧଉଛି ସେତେବେଳ ମୋକିମ ବିଜେପି ବ୍ୟାଖ୍ୟାମ କରୁଛନ୍ତି । କଂଗ୍ରେସ ମୋକିମକୁ ଥରେ ବିଧାୟକ
କରିଛି । ତାଙ୍କ ଝିଅକୁ ମଧ୍ୟ କରିଛି । ହେଲେ କଂଗ୍ରେସ ଲିଡରସିପକୁ ସମାଲୋଚନା କେତେ ଦୂର ଠିକ
ବୋଲି ଅରବିନ୍ଦ ଦାସ ପଚାରିଛନ୍ତି । ଦଳରେ ରହି
ଶୀର୍ଷ ନେତୃତ୍ୱଙ୍କୁ ଏଭଳି ଟାହି ଟାପରା କରିବା ବହିଷ୍କାର ନିଷ୍ପତିକୁ ଡାକିବା ଭଳି । ଭକ୍ତ
ଦାସ ଥିବା ପର୍ଯ୍ୟନ୍ତ ପିସିସି ସଭାପତି ହେବା ସମ୍ଭବ ନୁହେଁ ବୋଲି ମୋକିମ ବୋଧେ ଜାଣି ସାରିଥିଲେ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା