
ଭୁବନେଶ୍ୱର, 15 ଡିସେମ୍ବର (ହି.ସ.)- କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ
ବହିଷ୍କାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)
ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ। ସେ କହିଛନ୍ତି ଯେ ଦଳରେ ରହି କେନ୍ଦ୍ର ଓ ରାଜ୍ୟ
ନେତୃତ୍ୱଙ୍କୁ ସାର୍ବଜନୀନ ଭାବେ ସମାଲୋଚନା କରିବା ଆଦୌ ଠିକ୍ ନୁହେଁ।
ଅରବିନ୍ଦ ଦାସ କହିଛନ୍ତି ଯେ ଶୀର୍ଷ ନେତୃତ୍ୱଙ୍କୁ ଟାହିଟାପରା କରିବା
ଓ ଗଣମାଧ୍ୟମରେ ଚିଠି ପ୍ରଘଟ କରିବା ଦଳୀୟ ଶିଷ୍ଟାଚାର ବିରୋଧୀ। “ମିଡିଆରେ ଚିଠି ପ୍ରକାଶ କରିବା
କେବେ ବି ଗ୍ରହଣଯୋଗ୍ୟ ନୁହେଁ,” ସେ କହିଛନ୍ତି।
ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ ମୋକିମଙ୍କ
ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ନୁହେଁ। ଦଳୀୟ ଶିଷ୍ଟାଚାର
ଉଲ୍ଲଂଘନ କରିଥିବା କୌଣସି ନେତା ହେଲେ ବି ସେହିପରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି
ସେ ସ୍ପଷ୍ଟ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା