
ଭୁବନେଶ୍ୱର, 15 ଡିସେମ୍ବର (ହି.ସ.)- ସର୍ଦ୍ଦାର
ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ଏକତା
ଓ ଅଖଣ୍ଡତାର ମହାନ ସ୍ଥପତି, 'ଭାରତ ରତ୍ନ' ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେବିନମ୍ର ଶ୍ରଦ୍ଧାଞ୍ଜଳି ।ସ୍ୱାଧୀନତା ପରେ
ସେ ଯେଉଁ ଦୃଢ଼ତା ଓ ଦୂରଦର୍ଶିତା ସହ ଶତାଧିକ ଦେଶୀୟ ରାଜ୍ୟକୁ ଭାରତ ସହ ମିଶାଇ ଏକ ସୁଦୃଢ଼
ରାଷ୍ଟ୍ରର ଭିତ୍ତି ସ୍ଥାପନ କଲେ, ତାହା ଭାରତୀୟ ଇତିହାସରେ ସର୍ବଦା
ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ଆଦର୍ଶ ଆମକୁ ସର୍ବଦା ରାଷ୍ଟ୍ର ସେବା ଏବଂ
କର୍ତ୍ତବ୍ୟନିଷ୍ଠାର ପଥରେ ଅଗ୍ରସର ହେବା ପାଇଁ ଶିକ୍ଷା ଦେଉଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା