
ଭୁବନେଶ୍ୱର, ୧୫ ଡିସେମ୍ବର (ହି.ସ)- ଧର୍ମଶାଳା ବିଶୃଙ୍ଖଳା ଘଟଣାକୁ ନିନ୍ଦା କରିବା ସହ ଏହା ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ।
ସେ କହିଛନ୍ତି ଯେ ଶାସନ ଆସିବ ଯିବ, ତାହା ହେଉଛି ଗଣତନ୍ତ୍ରର ସୁନ୍ଦରତା । ଶାସନ ପରିବର୍ତନ ଯେଉଁଥିପାଇଁ ହୋଇଥିଲା, ଆଇନ ଶୃଙ୍ଖଳା ଗୋଟେ ବଡ଼ ସମସ୍ୟା ଥିଲା । ତାକୁ ଦୂର ନକରିବା, ଏବଂ ତାହାକୁ ସଠିକ ତଦନ୍ତ ନହେଲେ ଦୁର୍ଭାଗ୍ୟଜନକ । ସତ୍ୟକୁ ଲୁଚାଇ ହେବ ନାହିଁ । ସତ୍ୟ ନିଶ୍ଚୟ ଉଜାଗର ହେବ । ଏହା ଆମ ଜିଲ୍ଲାର ସୁନାମରେ କଳଙ୍କ ଆଣିଛି । ଉଭୟ ପକ୍ଷ ସଂଯମତା ରକ୍ଷା କରନ୍ତୁ । କିନ୍ତୁ ହିଂସାତ୍ମକ କଥାର କୌଣସି ସମଧାନ ନାହିଁ । ହିଂସା ଆଉ ଗୋଟେ ହିଂସାର କାରଣ । ମୁଁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରୁଛି, ସ୍ଥାନୀୟ ପୋଲିସ ଏହାର ସମାଧାନ କରିପାରିବ ନାହିଁ । ଯାଜପୁରକୁ ଶାନ୍ତ କରାଯାଉ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା