
ଭୁବନେଶ୍ୱର, 15 ଡିସେମ୍ବର (ହି.ସ.)- ଭାରତ ରତ୍ନ ସରଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟତିଥିରେ
ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଧୁନିକ ଭାରତର ଶିଳ୍ପକାର, ଲୌହ ପୁରୁଷ ‘ଭାରତ
ରତ୍ନ’ ସର୍ଦାର ବଲ୍ଲଭଭାଇ ପଟେଲ ଜୀଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ ଶ୍ରଦ୍ଧାସହିତ ନମନ କରୁଛି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ସର୍ଦାର ବଲ୍ଲଭଭାଇ ପଟେଲ ଜୀଙ୍କ ଦୃଢ଼
ଇଚ୍ଛାଶକ୍ତି, ଶାସନାନୁଶାସିତ
ନେତୃତ୍ୱ ଏବଂ ରାଷ୍ଟ୍ରହିତକୁ ସର୍ବୋପରି ରଖିବାର ଭାବନା ଭାରତକୁ ଏକ ସୂତ୍ରରେ ବାନ୍ଧିଥିଲା। ଶହଶହ
ଅଂଚଳକୁ ଏକତ୍ର କରି ସେ ମୁକ୍ତ ଭାରତର ଏକତା ଓ ଅଖଣ୍ଡତାକୁ ଦୃଢ଼ ଆଧାର ପ୍ରଦାନ କରିଥିଲେ।
ତାଙ୍କର ଆଦର୍ଶମୟ ଜୀବନ ଆଜି ମଧ୍ୟ ଆମକୁ ସାହସ, ସଙ୍କଳ୍ପ ଓ ରାଷ୍ଟ୍ରହିତକୁ ସର୍ବୋପରି ରଖିବାର ପ୍ରେରଣା ଦେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା