
ଉଧମପୁର, ୧୬ ଡିସେମ୍ବର (ହି.ସ.)-ସୋମବାର ଦିନ ଏକ ଏନକାଉଣ୍ଟରରେ ଜଣେ ଏସଓଜି ଯବାନଙ୍କ ସହିଦ ହେବାର ଗୋଟିଏ ଦିନ ପରେ, ସୁରକ୍ଷା ବାହିନୀ ମଙ୍ଗଳବାର ଦିନ ଉଧମପୁରର ମାଜଲତାରେ ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଛନ୍ତି। ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି, ଯେତେବେଳେ ଦୁଇ ପୋଲିସ କର୍ମଚାରୀ ଗୁଳି ବାଜିବାରୁ ସାମନ୍ୟ ଅାହତ ହୋଇଛନ୍ତି ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅଞ୍ଚଳରେ ଅପରେସନ ପୁଣି ଆରମ୍ଭ କରାଯାଇଛି ଏବଂ ଘେରାବନ୍ଦୀ କଡ଼ାକଡ଼ି କରାଯାଇଛି। ଅଧିକାରୀ କହିଛନ୍ତି ଯେ ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ୍ (ଏସଓଜି) ର ଏକ ମିଳିତ ଦଳ, ସେନା ଏବଂ ସୀଆରପିଏଫ ସହିତ, ସ୍ନିଫର କୁକୁର ସାହାଯ୍ୟରେ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛି।
ସୁରକ୍ଷା ବାହିନୀ ସୋମବାର ଦିନ ଉଧମପୁରର ମାଜଲତା ଅଞ୍ଚଳର ସୋଆନ ଗାଁରେ ଜୈଶ-ଏ-ମହମ୍ମଦ (ଜେଇଏମ) ସହିତ ଜଡିତ ବୋଲି ବିଶ୍ୱାସ କରାଯାଉଥିବା ତିନି ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଘେରାବନ୍ଦୀ ହୋଇଥିବା ଗାଁରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା ଏବଂ କିଛି ସମୟ ପାଇଁ ଚାଲିଥିଲା, ଯେଉଁଥିରେ ପୁଞ୍ଚ ଜିଲ୍ଲାର ମେନ୍ଧାର ଉପ-ଜିଲ୍ଲାର ସାଲଭା ନିବାସୀ ଏସଓଜୀ ଜବାନ ଅମଜାଦ ପଠାନ ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା