
ଖଡ଼ିଆଳରେ ସରକାରୀ ହୋମିଓପାଥି ଚିକିତ୍ସାଳୟ ପାଇଁ ଦାବୀ
ନୂଆପଡ଼ା,୧୬ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲାରେ ୫ ଗୋଟି ସରକାରୀ ହୋମିଓପାଥି ଚିକିତ୍ସାଳୟ କାର୍ଯ୍ୟ କରୁଥିବା ବେଳେ ନୂଆପଡ଼ା ଜିଲ୍ଲାର ପ୍ରମୁଖ ବ୍ଲକ ଖଡ଼ିଆଳରେ ଗୋଟିଏ ମଧ୍ୟ ସରକାରୀ ହୋମିଓପାଥି ଚିକିତ୍ସାଳୟ ନାହିଁ। ଖଡ଼ିଆଳ ସହରରେ ନଗର ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ହୋମିଓପାଥି ଚିକିତ୍ସାଳୟ ମଧ୍ୟ ନୂତନ ନିଯୁକ୍ତି ନ ହେବା ଯୋଗୁଁ ବନ୍ଦ ପଡ଼ିଛି। ବର୍ତ୍ତମାନ ସମୟରେ ହୋମିଓପାଥି ଚିକିତ୍ସାର ଆଦର ବୃଦ୍ଧି ପାଇଥିବା ବେଳେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଧ୍ୟମରେ ବିଭିନ୍ନ ପ୍ରକାରର ସୁବିଧା ଉପଲବ୍ଧ ହେଉଅଛି। ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦେଶକ ନୂତନ ଚିକିତ୍ସାଳୟ ପାଇଁ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ମାନଙ୍କୁ ମତାମତ ମାଗିଥିବା ବେଳେ ଖଡ଼ିଆଳ ସଦର ମହକୁମାରେ ଓ ଖଡ଼ିଆଳ ବ୍ଲକର ପ୍ରମୁଖ ଗ୍ରାମ ପଞ୍ଚାୟତରେ ନୂତନ ଚିକିତ୍ସାଳୟ ଖୋଲିବା ପାଇଁ ଜନ ସାଧାରଣଙ୍କ ତରଫରୁ ଦାବୀ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ