
ଭଦ୍ରକ, ୧୭ ଡିସେମ୍ବର (ହି.ସ.) - ଭଦ୍ରକ ସ୍ଥାନୀୟ କୁଆଁସ ନିବାସୀ ସ୍ୱର୍ଗତ ମହେନ୍ଦ୍ର ପଣ୍ଡାଙ୍କର ଧର୍ମପତ୍ନୀ ଲଷ୍ମୀପ୍ରିୟା ପଣ୍ଡାଙ୍କର ଆଜି ଦେହାନ୍ତ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ମହିଳା ଥିଲେ। ତାଙ୍କର ଦେହାନ୍ତରେ ରାଜଘାଟ କୁଆଁସ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତା ଲଷ୍ମୀପ୍ରିୟା ଅନେକ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ଥିଲେ। ସେ ଜଣେ ଶାନ୍ତ ନମ୍ର ସରଳ ମହିଳା ଭାବରେ ବେଶ ପରିଚିତ ଥିଲେ। ତାଙ୍କର ପୂରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି। ତାଙ୍କର ଶେଷ ଦର୍ଶନ ନିମନ୍ତେ ସ୍ଥାନୀୟ କାଉନସିଲ ଆଶିଷ ଅମିତାଭ ମହାପାତ୍ର ଏବଂ ପୂର୍ବତନ କାଉନସିଲ ଲାବୁ ପାଲଙ୍କ ସମେତ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ତେବେ ମୃତ୍ୟୁ ସମୟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ