
ଭଦ୍ରକ, ୧୭ ଡିସେମ୍ବର (ହି.ସ.) - ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୁଆ ବଜାର, ଭଦ୍ରକର ଦ୍ୱିଚତ୍ୱାରିଂଶତମ ବାର୍ଷିକ ଉତ୍ସବ ଉଦ୍ଘାଟନୀ ଉତ୍ସବ ଛପୁଲିଆ ସ୍ଥିତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସର ସାନ୍ଧ୍ୟ ଅଧିବେଶନର ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାର ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷା ବିକାଶ ସମିତି ଓଡ଼ିଶାର ପୂର୍ବୋତର ସମ୍ଭାଗ ର ସମ୍ପାଦକ ମାନ୍ୟବର ଅମୂଲ୍ୟ ପ୍ରସାଦ ନାୟକ (ପ୍ରାଧ୍ୟପକ), ଶିକ୍ଷା ବିକାଶ ସମିତିର କାର୍ଯ୍ୟକର୍ତା ବିଭୁତି ପାଇକରାୟ , ସରୋଜ ଓଝା, ପ୍ରଫୁଲ୍ଲ ମହାପାତ୍ର ମହୋଦୟ ତଥା ସ୍ଥାନୀୟ ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ବିଭୁ ଚନ୍ଦନ ଜେନା (ଶିଳ୍ପପତି), ସଭାପତି ବ୍ରଜକିଶୋର ବଳ(ଅଧ୍ୟାପକ), ଉପସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ, ଯୁଗ୍ମ ସମ୍ପାଦିକା ମିଲି ମହାନ୍ତି, କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି, ସଦସ୍ୟ ସର୍ବେଶ୍ୱର ମହାପାତ୍ର ଓ ସଦସ୍ୟା ରିନାରାଣୀ ଯେନା ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ମୁଖ୍ୟଅତିଥି ଓ ମୁଖ୍ୟ ବକ୍ତା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ମହୋଦୟଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସାମ୍ବାଦିକ ବନ୍ଧୁ ଏବଂ ୧୫୦୦ରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଅଭିଭାବିକା ବନ୍ଧୁ ଭଗିନୀ ମାନେ ଏହି ଉତ୍ସବରେ ଯୋଗଦେଇଥିଲେ । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ମହାପୁରୁଷମାନଙ୍କର ଫଟୋଚିତ୍ର ସୁସଜ୍ଜିତ ହୋଇ ଆଲୋକ ମାଳାରେ ପରିବେଶ ମନୋରମ ହୋଇ ଉଠିଥିଲା । ଉକ୍ତ ଉତ୍ସବରେ ପ୍ରଥମେ ବନ୍ଦନା ପ୍ରାର୍ଥନା ର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ତତ୍ ପରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଛୋଟ ବଡ଼ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ ସହିତ ବନ୍ଦେ ମାତରମ୍ ପରିବେଷଣ କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ