
ଓମାନ, 16 ଡିସେମ୍ବର (ହି.ସ.)- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜୋର୍ଡନର ରାଜା
ଅବ୍ଦୁଲ୍ଲା ଦ୍ୱିତୀୟ ଇବ୍ନ ଅଲ୍ ହୁସେନ୍ ଆଜି ଏଠାରେ ଭାରତ–ଜୋର୍ଡାନ ବ୍ୟବସାୟ ସମ୍ମିଳନୀକୁ
ସମ୍ବୋଧନ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶର ପ୍ରମୁଖ ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ। ଯଦି ପାଣିପାଗ
ଅନୁକୂଳ ରହେ, ତେବେ
ପ୍ରଧାନମନ୍ତ୍ରୀ ମୋଦୀ ଜୋର୍ଡାନର ଯୁବରାଜଙ୍କ ସହ ପେତ୍ରା ସହରର ଦର୍ଶନ କରିବେ। ପେତ୍ରା ଭାରତ
ସହ ପ୍ରାଚୀନ ବ୍ୟବସାୟିକ ସମ୍ପର୍କକୁ ସାକ୍ଷାତ୍ କରାଉଥିବା ଏକ ଐତିହାସିକ ସହର।
ରାଜା ଅବ୍ଦୁଲ୍ଲା ଦ୍ୱିତୀୟଙ୍କ ଆମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ
ଗତକାଲି ଦୁଇଦିନିଆ ଯାତ୍ରାରେ ଜୋର୍ଡନ ପହଞ୍ଚିଥିଲେ। ରାଜା ଅବ୍ଦୁଲ୍ଲା ମୋଦୀଙ୍କୁ ହୁସେନିୟା
ପ୍ୟାଲେସରେ ଭବ୍ୟ ସ୍ୱାଗତ କରିଥିଲେ। ଏଠାରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ପୂର୍ବରୁ ଉଭୟ
ନେତାଙ୍କ ମଧ୍ୟରେ ସାକ୍ଷାତ୍ ବୈଠକ ହୋଇଥିଲା।
ଦିଲ୍ଲୀ ଅମ୍ମାନର ତୃତୀୟ ସବୁଠୁ ବଡ଼ ବ୍ୟବସାୟିକ ସାଥୀ ଅଟେ। ଭାରତ ଓ
ଜୋର୍ଡନ ମଧ୍ୟରେ ମଜବୁତ ଆର୍ଥିକ ସମ୍ପର୍କ ରହିଛି ଏବଂ ଉଭୟ ଦେଶ ମଧ୍ୟରେ ୨.୮ ବିଲିୟନ୍
ଆମେରିକୀୟ ଡଲାରର ବ୍ୟବସାୟ ହେଉଛି। ଜୋର୍ଡନ ଭାରତକୁ ଉର୍ବରକ, ବିଶେଷକରି ଫସଫେଟ୍
ଓ ପୋଟାଶର ଏକ ପ୍ରମୁଖ ଯୋଗାଣକାରୀ ମଧ୍ୟ ଅଟେ। ଜୋର୍ଡନରେ ୧୭,୫୦୦ରୁ ଅଧିକ
ଭାରତୀୟ ପ୍ରବାସୀ ବସବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତ୍ର, ନିର୍ମାଣ ଏବଂ
ଉତ୍ପାଦନ ଭଳି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା