
କରାଚୀ, 16 ଡିସେମ୍ବର (ହି.ସ.)- ପାକିସ୍ତାନର ସିନ୍ଧ ପ୍ରାନ୍ତର ରାଜଧାନୀ କରାଚି ଏବଂ ତାହାର ଆଖପାଖ
ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଭୂକମ୍ପରେ ଥରିଉଠିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା
୫.୨ ମାପାଯାଇଛି। କରାଚିର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।
ଭୂକମ୍ପର ଝଟକାରେ ଚୁନ୍ଦରିଗର ରୋଡ଼, ସଦର, କ୍ଲିଫ୍ଟନ, ଟିପୁ ସୁଲ୍ତାନ
ରୋଡ଼, ପହଲବାନ ଗୋଠ ଏବଂ
ବହ୍ରିଆ ଟାଉନରେ ଆତଙ୍କ ସୃଷ୍ଟି ହୋଇଥିଲା। ‘ଦୁନିଆ ନ୍ୟୁଜ୍’ର ରିପୋର୍ଟ ଅନୁସାରେ, ଲୋକେ ଭୟଭୀତ ହୋଇ
ନିଜ ଘରୁ ବାହାରକୁ ଚାଲିଆସିଥିଲେ ଏବଂ ପବିତ୍ର କୁରାନର ପଢ଼ିବାକୁ ଆରମ୍ଭ କରିଥିଲେ। ଭୂକମ୍ପ ହେତୁ
କରାଚିର କୌଣସି ଅଞ୍ଚଳରୁ ଧନଜୀବନ କ୍ଷତିର କୌଣସି ସୂଚନା ମିଳିନାହିଁ।
ରାଷ୍ଟ୍ରୀୟ ଭୂକମ୍ପ ନିରୀକ୍ଷଣ କେନ୍ଦ୍ର (ଇସ୍ଲାମାବାଦ) ଅନୁସାରେ, ଭୂକମ୍ପର କେନ୍ଦ୍ର
କରାଚିରୁ ୮୭ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୧୨ କିଲୋମିଟର ଗଭୀରତାରେ ଥିଲା। ଏହା ପୂର୍ବରୁ
ବାଲୁଚିସ୍ତାନ ପ୍ରାନ୍ତର ସିବି ଏବଂ ତାହାର ଆସପାସ ଅଞ୍ଚଳରେ ରିକ୍ଟର ସ୍କେଲରେ ୩.୨ ତୀବ୍ରତାର
ଭୂକମ୍ପ ଘଟିଥିଲା। ସେହି ଭୂକମ୍ପର କେନ୍ଦ୍ର ସିବିରୁ ୫୩ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୧୧
କିଲୋମିଟର ଗଭୀରତାରେ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା