
ନୂଆଦିଲ୍ଲୀ, 16 ଡିସେମ୍ବର (ହି.ସ.)- ବିଜୟ ଦିବସର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାଷ୍ଟ୍ରପତି ଭବନରେ ‘ପରମବୀର ଦୀର୍ଘା’ର ଉଦ୍ଘାଟନ କରିଛନ୍ତି। ଏହି ଦୀର୍ଘାରେ ଦେଶର
ସର୍ବୋଚ୍ଚ ସାମରିକ ସମ୍ମାନ ‘ପରମବୀର ଚକ୍ର’ରେ ସମ୍ମାନିତ ସମସ୍ତ ୨୧ଜଣ ବୀରଙ୍କ ଛବି ପ୍ରଦର୍ଶିତ
କରାଯାଇଛି।
ଏହି ଅବସରରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଚିଫ୍ ଅଫ୍ ଡିଫେନ୍ସ
ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ବାୟୁ ସେନାଧ୍ୟକ୍ଷ
ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ, ନୌସେନା ପ୍ରମୁଖ ଆଡମିରାଲ ଦିନେଶ କେ. ତ୍ରିପାଠୀ ସହିତ ଅନେକ ମାନ୍ୟଗଣ୍ୟ
ବ୍ୟକ୍ତି ଉପସ୍ଥିତ ଥିଲେ।
ପରମବୀର ଦୀର୍ଘାର ଉଦ୍ଦେଶ୍ୟ ହେଉଛି ଦେଶର ସୁରକ୍ଷା ପାଇଁ ଅଦମ୍ୟ
ସାହସ, ଶୌର୍ଯ୍ୟ ଓ
ବଳିଦାନର ପରିଚୟ ଦେଇଥିବା ଜାତୀୟ ନାୟକମାନଙ୍କ ବିଷୟରେ ଆଗନ୍ତୁକମାନଙ୍କୁ ଶିକ୍ଷିତ କରିବା। ଏହା
ମାତୃଭୂମିର ସେବାରେ ନିଜ ପ୍ରାଣ ବଳିଦାନ ଦେଇଥିବା ବୀର ସପୁତମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇବାର
ଏକ ପ୍ରୟାସ ମଧ୍ୟ।
ଯେଉଁ ଗ୍ୟାଲେରୀଗୁଡ଼ିକରେ ବର୍ତ୍ତମାନ ପରମବୀର ଦୀର୍ଘା ସ୍ଥାପିତ
କରାଯାଇଛି, ସେଠାରେ ପୂର୍ବରୁ
ବ୍ରିଟିଶ ଏଡିସି (ଏଡ୍-ଡି-କ୍ୟାମ୍ପ)ଙ୍କ ଛବି ଲାଗିଥିଲା। ଭାରତୀୟ ଜାତୀୟ ନାୟକମାନଙ୍କ ଛବି
ପ୍ରଦର୍ଶନର ଏହି ପଦକ୍ଷେପକୁ ଉପନିବେଶୀକ ମାନସିକତାରୁ ମୁକ୍ତି ଦିଗରେ ଆଗେଇଯାଉଥିବା ଭାରତର
ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ଗୌରବମୟ
ପରମ୍ପରାକୁ ଆତ୍ମସାତ କରିବାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା