ଆଜି ରାଷ୍ଟ୍ରପତିଙ୍କ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା ଗସ୍ତ
ମାଣ୍ଡ୍ୟା, 16 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ମାଲ୍ୱଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଶିବରାତ୍ରି ଶ୍ରୀ ଶିବଯୋଗୀଙ୍କର 1066ତମ ଜୟନ୍ତୀ ମହୋତ୍ସବରେ ଅଂଶ ନେବେ। ରାଷ୍ଟ୍ରପତି ଦ୍ୱିପ୍ରହର 3:15ଟାରେ ମାଲ୍ୱଲ୍ଲୀ ଟାଉନର
ରାଷ୍ଟ୍ରପତି


ମାଣ୍ଡ୍ୟା, 16 ଡିସେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କର୍ଣ୍ଣାଟକର

ମାଣ୍ଡ୍ୟା ଜିଲ୍ଲାର ମାଲ୍ୱଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଶିବରାତ୍ରି ଶ୍ରୀ ଶିବଯୋଗୀଙ୍କର

1066ତମ ଜୟନ୍ତୀ ମହୋତ୍ସବରେ ଅଂଶ ନେବେ।

ରାଷ୍ଟ୍ରପତି ଦ୍ୱିପ୍ରହର 3:15ଟାରେ ମାଲ୍ୱଲ୍ଲୀ ଟାଉନର ଶାନ୍ତି କଲେଜ

ସମ୍ନାରେ ଆୟୋଜିତ ଫୋରମ କାର୍ଯ୍ୟକ୍ରମର ଉଦଘାଟନ କରିବେ। ଏହି ମହୋତ୍ସବ ସୁତ୍ତୁର ମଠର

ଶିବରାତ୍ରି ଦେଶୀକେନ୍ଦ୍ର ସ୍ୱାମୀଜୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି। ସାତ ଦିନର କାର୍ଯ୍ୟକ୍ରମର

ସମାପ୍ତି 22 ଡିସେମ୍ବରରେ ହେବ। ରାଷ୍ଟ୍ରପତିଙ୍କର ଆଗମନକୁ ଦୃଷ୍ଟିରେ ରଖି ମାଲ୍ୱଲ୍ଲୀ ଟାଉନ ଓ ଆଖପାଖ

ଅଞ୍ଚଳରେ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପ୍ରାୟ 30 ଏକର ଅଞ୍ଚଳରେ ଜୟନ୍ତୀ ମହୋତ୍ସବ ପାଇଁ ପ୍ରସ୍ତୁତି ହୋଇଛି।

ରାଜ୍ୟପାଳ ଥାୱର ଚନ୍ଦ୍ ଗହେଲୋଟ୍, କେନ୍ଦ୍ରୀୟ ମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ, ମନ୍ତ୍ରୀ

ଚାଲୁବରୟସ୍ୱାମୀ ଓ ବିଧାୟକ ନରେନ୍ଦ୍ର ସ୍ୱାମୀ ସହିତ ଅନେକ ମାନ୍ୟଗଣ ବ୍ୟକ୍ତି ଏହି

କାର୍ଯ୍ୟକ୍ରମରେ ଅଂଶ ନେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande