ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାୟତତା ପ୍ରଦାନ କରିବା ସହ ସଶକ୍ତ କରିବ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଲୋକସଭାରେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ - ୨୦୨୫’ ଉପସ୍ଥାପନ କରିବା ପରେ ଆଜି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ବୋଧିତ କରିଛନ୍ତି । ସେ ଏହି ବିଲ୍ ଉପରେ କହି
ୂବୀରହବତକ


ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଲୋକସଭାରେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ - ୨୦୨୫’ ଉପସ୍ଥାପନ କରିବା ପରେ ଆଜି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ବୋଧିତ କରିଛନ୍ତି ।

ସେ ଏହି ବିଲ୍ ଉପରେ କହିଛନ୍ତି, ଦେଶରେ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଉଥିବା ବେଳେ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ - ୨୦୨୫’ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାୟତ୍ତତା ପ୍ରଦାନ କରିବା ସହ ସଶକ୍ତ କରିବ । ଏହି ବିଲ୍ ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡର ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ଉତ୍କର୍ଷତା ହାସଲ କରିବା ପାଇଁ ସଶକ୍ତ କରିବା । ଜାତୀୟ ଶିକ୍ଷା ନୀତି - ୨୦୨୦ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । ଏହି ବିଧେୟକର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିକ୍ଷାଦାନ, ଶିକ୍ଷଣ, ଗବେଷଣା ତଥା ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଶକ୍ତିଶାଳୀ କରିବା ଏବଂ ଏକ ସୁଦୃଢ଼ ଓ ସ୍ୱଚ୍ଛ ମାନ୍ୟତା ତଥା ସ୍ୱୟଂଶାସନ ବ୍ୟବସ୍ଥା ମାଧ୍ୟମରେ ଉତ୍କର୍ଷକୁ ପ୍ରୋତ୍ସାହିତ କରିବା । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ମାନଦଣ୍ଡ ସ୍ଥିର କରିବା, ନିୟମାବଳୀରେ ସମନ୍ୱୟ ରକ୍ଷା କରିବା ଏବଂ ଉତ୍କର୍ଷତା, ସ୍ୱୟଂଶାସନ ଓ ସ୍ୱଚ୍ଛ ମାନ୍ୟତାକୁ ପ୍ରୋତ୍ସାହିତ କରିବା ପାଇଁ 'ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ' ପ୍ରତିଷ୍ଠା କରିବା । ସେ କହିଛନ୍ତି ଯେ ଏହି ଆଇନ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ୱାଧୀନ ସ୍ୱ-ପରିଚାଳିତ ଅନୁଷ୍ଠାନ ହେବା ପାଇଁ ସୁବିଧା ଯୋଗାଇବାକୁ ଚେଷ୍ଟା କରିବ ।

ଡିସେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ସଂସଦରେ ଉପସ୍ଥାପନ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍‌, ୨୦୨୫ କୁ ଅନୁମୋଦନ କରିଥିଲେ । ଏହି ବିଲ୍ ତିନୋଟି ପରିଷଦ ସହିତ ଏକ ଶୀର୍ଷ ସଂସ୍ଥା ଭାବରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରେ ଯଥା - ବିକଶିତ ଭାରତ ଶିକ୍ଷା ବିନିୟମନ ପରିଷଦ (ରେଗୁଲେଟରୀ କାଉନସିଲ), ବିକଶିତ ଭାରତ ଶିକ୍ଷା ଗୁଣବତ୍ତା ପରିଷଦ (ଆକ୍ରିଡେସନ କାଉନସିଲ), ଏବଂ ବିକଶିତ ଭାରତ ଶିକ୍ଷା ମାନକ ପରିଷଦ (ଷ୍ଟାଣ୍ଡାର୍ଡ କାଉନସିଲ) । ଏହି ବିଲ୍ ମ୍ୟୁଚୁଆଲ ରେକଗନାଇଜେସନ, ମଲଟି ଡିସିପ୍ଲିନାରୀ, ଇଣ୍ଟର ଡିସିପ୍ଲିନାରୀ, ସହ ଦକ୍ଷତା ଓ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ।

ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ ଏବଂ ଏନସିଟିଇ ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନର ଅଧୀନରେ ରହିବେ । ଜାତୀୟ ଶିକ୍ଷା ନୀତି, ୨୦୨୦ ରେ ପରିକଳ୍ପିତ ହୋଇଥିବା କାଉନସିଲ୍ ଅଫ୍ ଆର୍କିଟେକ୍ଚର (ସିଓଏ) ଏକ ବୃତିଗତ ମାନକ ସେଟିଂ ସଂସ୍ଥା (ପିଏସଏସବି) ଭାବରେ କାର୍ଯ୍ୟ କରିବ । ଏହି ବିଲ୍ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକୁ ପ୍ରଦାନ କରାଯାଇଥିବା ସ୍ୱୟଂଶାସନର ବର୍ତମାନର ସ୍ତରକୁ ବଜାୟ ରଖିବା ସୁନିଶ୍ଚିତ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande